ସଫେଇ କର୍ମଚାରୀଙ୍କ ଧାରଣା
ଯାଜପୁର ଟାଉନ : ବାକିଆ ଦରମା ଦାବିରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସଫେଇ କର୍ମଚାରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ସଫେଇ କର୍ମଚାରୀ ଦୀର୍ଘ ୩ମାସ ହେବ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ସଫେଇ କର୍ମଚାରୀ ସଂପୃକ୍ତ ଠିକା ସଂସ୍ଥାକୁ ବାରମ୍ବାର ବକେୟା ଦରମା ପ୍ରଦାନ ନେଇ ଦାବି କରିଥିଲେ ମଧ୍ୟ ସଂସ୍ଥା କୌଣସି କଥା ନ ଶୁଣିବାରୁ ବାଧ୍ୟ ହୋଇ ସଫେଇ କର୍ମଚାରୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପୂର୍ବରୁ ସଫେଇ କର୍ମଚାରୀ ଦରମା ନ ପାଇ ବାରମ୍ବାର ଧାରଣା ଦେଉଥିବା ବେଳେ ପ୍ରଶାସନ ସଂପୃକ୍ତ ଠିକା ସଂସ୍ଥାକୁ ପରିବର୍ତନ କରି ଅନ୍ୟ ଏକ ଠିକା ସଂସ୍ଥା ନିଯୁକ୍ତି କରିଛନ୍ତି । କିନ୍ତୁ ଏଠିକା ସଂସ୍ଥା କର୍ମଚାରୀଙ୍କୁ ଦରମା ଦେବାରେ ଅହେତୁକ ବିଳମ୍ବ କରୁଥିବା ନେଇ ସଫେଇ କର୍ମଚାରୀ ଅଭିଯୋଗ କରିଛନ୍ତି । ଠିକ ସମୟରେ ଦରମା ନ ପାଇବା ଦ୍ୱାରା ପରିବାର ଭରଣ ପୋଷଣ କରିବାରେ କଷ୍ଟ ହେଉଛି ବୋଲି ସଫେଇ କର୍ମଚାରୀ ପ୍ରକାଶ କରିଥିଲେ ।