ସମସ୍ୟାରେ କାନପୁର ବିସ୍ଥାପିତ ପ୍ରଜା : ସାମଧାନ ପାଇଁ ଉପଜିଲାପାଳଙ୍କ ପଦକ୍ଷେପ
ଚମ୍ପୁଆ,: କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡର କାନପୁର ବୃହତ ଜଳସେଚନ ପ୍ରକଳ୍ପ ଦ୍ୱାରା ବିସ୍ଥାପିତ ମାନେ ନାନା ସମସ୍ୟାର ସମ୍ମୁଖୀନ ହେବା ସହିତ ନାରଦପୁର କାଜୁପଡିଆ ଠାରୁ ଅନ୍ୟତ୍ର ପୁନଃଥଇଥାନ ନିମନ୍ତେ ଦାବି କରିବା ପରେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା ବିସ୍ଥାପିତ କଲୋନି ଜାଇ ଘଟଣା ସମ୍ବନ୍ଧରେ ଅବଗତ ହେବା ସହିତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଆରମ୍ଭ କÿରିଛନ୍ତି । ବିସ୍ଥାପିତଙ୍କ ଦାବି ଅନୁସାରେ ଏହି ଜଳସେଚନ ପ୍ରକଳ୍ପ ପାଇଁ ରେଭେନ୍ସାପୁର (କ)ର ଲୋକଙ୍କୁ ନାରଦପୁର ପଂଚାୟତର ଏକ କାଜୁଜଙ୍ଗଲରେ ଥଇଥାନ କରାଯାଇଥିଲା । ଥଇଥାନ ସମୟରେ ମୌଳିକ ସୁବିଧା ଯୋଗାଇଦେବାକୁ ସରକାରଙ୍କ ପକ୍ଷରୁ ପ୍ରତିସୃତି ମିଳିଥିଲା । ମାତ୍ର ପାରିପାର୍ଶୀକ ଉନ୍ନତି ତଥା ପ୍ରତିସୃତି ପୂରଣ ହୋଇପାରିନଥିବା ବେଳେ ବିସ୍ଥାପିତ ପ୍ରଜା ନାନା ସମସ୍ୟାଦେଇ ଜୀବନ ଅତିବାହିତ କରୁଛନ୍ତି । ୨୭ଟି ବିସ୍ଥାପିତ ପରିବାର ଉକ୍ତ ଅଂଚଳରେ ବସବାସ କରୁଥିଲେ ହେଁ ପାନୀୟଜଳ ପାଇଁ ଡହଳ ବିକଳ ହେଉଛନ୍ତି । ଏପରିକି ସରକାରଙ୍କ ପକ୍ଷରୁ ଖୋଳାଯାଉଥିବା ପାନିୟଜଳ ପ୍ରକଳ୍ପ ବିଫଳ ହେବାରେ ଲାଗିଛିବୋଲି ଅଭିଯୋଗ କରିଛନ୍ତି ।
ଏନେଇ ଆଜି ଉପଜିଲାପାଳ ଶ୍ରୀ ପରିଡା,ଏସଡିପିଓ ଆର ଆର ସାହୁ, ଝୁମ୍ପୁରା ବିଡିଓ, ସ୍ଥାନୀୟ ସରପଂଚ ଓ ଜଳସେଚମ ବିଭାଗ ଏ .ସି ପ୍ରମୁଖ ଉକ୍ତ ବିସ୍ଥାପିତ କଲୋନିରେ ପହଁଚି ସମସ୍ୟା ବିଷରେ ଅବଗତ ହେବା ସହିତ ତୁରନ୍ତ ବନ୍ଦ ଥିବା ବୋରିଂ ଏବଂ ନଳକୂପ ସଜାଡିବାକୁ ଝୁମ୍ପୁରା ବିଡିଓ ଏବଂ କାନପୁର ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ତତ ସହିତ ମେଗା ପାନିୟଜଳ ପ୍ରକଳ୍ପ ଅଧରକାରୀଙ୍କ ସହ ଆଲୋଚନା କରି ତୁରନ୍ତ ପାଇପ ମାଧ୍ୟମରେ ପାନୀୟଜଳ ସମସ୍ୟା ସମାଧାନ କରାଜିବ ବୋଲି କହିଛନ୍ତି ।