ସମସ୍ୟାରେ ମହାକାଳପଡ଼ା ବ୍ଲକ୍ : ବଢୁଛି ବାଂଲା ଅନୁପ୍ରବେଶକାରୀ ସଂଖ୍ୟା

ାା ସ୍ୱତନ୍ତ୍ର ପ୍ରତିନିଧି 
ଉକôଳ କେଶରୀ ପାହାଡସିଂ ।ା

କେନ୍ଦ୍ରାପଡ଼ା ଜିଲ୍ଲାର ବଙ୍ଗୀୟ ଅଧୁ୍ୟଷିତ ବ୍ଲକ ହେଉଛି ମହାକାଳପଡ଼ା ବ୍ଲକ୍ । ବିଗତ ଦିନରେ ଦିବଂଗତ ନେତା ନଳୀନ ମହାନ୍ତି, ସ୍ୱର୍ଗତ ବଳରାମ ପରିଡା, ବିଜୟ ମହାପାତ୍ର, ଅତନୁ ସବ୍ୟସାଚୀ ନାୟକଙ୍କ ଭଳି କାର୍ମିକ ନେତାଗଣ ଏହି ବ୍ଲକକୁ ପ୍ରତିନିଧିତ୍ୱ କରିସାରିଛନ୍ତି । ବର୍ତ୍ତମାନ ମଧ୍ୟ ମାଟିର ପୁଅ ଡ. ଦୁର୍ଗା ପ୍ରସନ୍ନ ନାୟକ ସରକାରୀ ଦଳର ବିଧାୟକ ଭାବେ ଏହି ବ୍ଲକ୍କୁ ପ୍ରତିନିଧିତ୍ୱ କରୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଏହି ବ୍ଲକର ଦୁଃଖ କାହାଣୀ କହିଲେ ନସରେ । ଏହି ବ୍ଲକ୍ ଅଧୀନରେ ଥିବା ଏକାଧିକ ଫେରିଘାଟ ଚଳିତ ବର୍ଷ ନିଲାମ ନଯାଇ ମାହାଳିଆରେ ଚାଲିଛି । ରାମନଗର ପଞ୍ଚାୟତ ସ୍ଥିତ ବାହାକୁଦ ଫେରିଘାଟରୁ ପ୍ରତିବର୍ଷ ଏହି ଷାଠିଏ ସତୁରୀ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିଲାମ ଯାଉଥିବା ବେଳେ, ଚଳିତ ବର୍ଷ ଚଞ୍ଚକତା କରି ନିଲାମ କରାଗଲା ନାହିଁ । ନିଲାମ ନହେବାର କାରଣ ଦର୍ଶାଗଲା ନିଲାମ ହେବା ସମୟରେ ସାଧାରଣ ନିର୍ବାଚନ ନିମନ୍ତେ ବିଭାଗୀୟ ଅଧିକାରୀ ନିର୍ବାଚନୀ କାର୍ଯ୍ୟରେ ବ୍ୟସ୍ତ ଥିଲେ । ତେବେ ଏହା ଭିତରେ ନିର୍ବାଚନ ସରିବା ଦେଢ଼ ବର୍ଷରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ କାହା ସ୍ୱାର୍ଥରେ ଏପର୍ଯ୍ୟନ୍ତ ଏହି ଫେରିଘାଟ ନିଲାମ କରାଯାଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ନିୟମ ଅନୁଯାୟୀ ଯଦି ପଞ୍ଚାୟତ ଅଧୀନରେ ଘାଟ ପରିଚାଳିତ ହେବ ତେବେ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର ଘାଟ ପରିଚାଳନା ଦାଇତ୍ୱରେ ରହିବେ । ବାସ୍ତବରେ ପଞ୍ଚାୟତ ତରଫରୁ ଘାଟ ପରିଚାଳିତ କରାଯାଉଛି ନା ସାଧାରଣ ଲୋକଙ୍କୁ ଶୋଷିବା ପାଇଁ କେଉଁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ହାତକୁ ଘାଟ ପରିଚାଳନା ଦାଇତ୍ୱ ଟେକି ଦିଆଯାଇଛି ତାହା ତଦନ୍ତ ସାପେକ୍ଷ । ଏହା ସହ ବାହାକୁଦ କାଜୁ ଜଙ୍ଗଲ, ରାମନଗର-ପିତାପାଟ କାଜୁ ଜଙ୍ଗଲ ଏକର ଏକର ଧରି ପରିମିତ କାଜୁ ବଗିଚା କାହା ସ୍ୱାର୍ଥରେ ଏବଂ କାହିଁକି ଚଳିତ ବର୍ଷ ନିଲାମ କରାଗଲା ନାହିଁ ତାହା ଜାଣିବା ମଧ୍ୟ ମୁସ୍କିଲ ହୋଇପଡିଛି । ନିଲାମଧାରୀ ମାନେ ପ୍ରତିବର୍ଷ କାଜୁ ଜଙ୍ଗଲକୁ ସୁରକ୍ଷା ଦେଉଥିବା ବେଳେ, ଚଳିତ ବର୍ଷ କାଜୁ ଜଙ୍ଗଲ ଗୁଡ଼ିକ ନିଲାମ ନହେବା କାରଣରୁ କାଠ ଓ ବାଲି ମାଫିଆଙ୍କ ଉପଦ୍ରବ ବଢ଼ି ଯାଇଛି । ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହୋଇ କାଜୁ ଜଙ୍ଗଲ ମଧ୍ୟରେ ବିରାଟ ବିରାଟ ପୋଖରୀର ଭ୍ରମ ସୃଷ୍ଟି କରୁଛି । କାଠ ମାଫିଆଙ୍କ କବଳରୁ ମଧ୍ୟ ରକ୍ଷା ପାଉନାହିଁ କାଜୁ ଜଙ୍ଗଲ । ଶହ ଶହ କ୍ୱିଣ୍ଟାଲ କଞ୍ଚା କାଜୁ କାଠ ମଧ୍ୟ ଚୋରା ଚାଲାଣ ହେଉଥିବା ଅଭିଯୋଗ ଆସୁଛି । 
ଅନ୍ୟପକ୍ଷରେ ଏହି ବ୍ଲକରେ ଜମି ଜବରଦଖଲକାରୀଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ । ଅନେକ ପ୍ରତିପତିଶାଳି ବ୍ୟକ୍ତି ରାଜନେତାଙ୍କ ଛତ୍ର ଛାୟା ତଳେ ରହି ନିଜକୁ ଭୂମି ହିନ ଦର୍ଶାଇ ଏକର ଏକର ଜଙ୍ଗଲ ଜମି ହେଉ କି ଅନାବାଦୀ ଗୋଚର ଜମି ହେଉ ନିଜ ନାମରେ କରିନେବା ପାଇଁ ପଛାଉ ନାହାଁନ୍ତି । ଫଳର ପ୍ରକୃତ ଭୂମିହୀନ ଲୋକଟି ଏହି ସୁବିଧାର ଲାଭ ପାଇବାରେ ନାନା ଅସୁବିଧା ଭୋଗୁଥିବା ନଜର ଆସୁଛି । ତେବେ ବିଗତ ସରକାରଙ୍କ ଅମଳରେ ଘୋଷଣା ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ ପୂର୍ଣ୍ଣ କାର୍ଯ୍ୟକ୍ଷମ ନହେବା କାରଣରୁ ଏହି ପାନୀୟ ଜଳ ସଙ୍କଟ ଦୂର ହୋଇପାରୁନାହିଁ ବୋଲି ମତ ପ୍ରକାଶ ପାଉଛି । 
ପାନୀୟ ଜଳ ସଙ୍କଟ ଭୋଗୁଥିବା ଗ୍ରାମବାସୀ କୁହନ୍ତି ଟ୍ୟାଙ୍କରରେ ଜଳ ଯୋଗାଣ ବଦଳରେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ କେବେ ଏହାର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ନେବେ ସେମାନେ ଏହାକୁ ଚାତକ ପରି ଚାହିଁ ରହିଛନ୍ତି । ମହାକାଳପଡା ବ୍ଲକର ଆଉ ଏକ ମୁଖ୍ୟ ସମସ୍ୟା ହେଉଛି ବାଂଲା ଅନୁପ୍ରବେଶ କାରୀଙ୍କ ପେଣ୍ଠସ୍ଥଳୀ ସାଜିଛି ଏହି ଅଞ୍ଚଳ । ଏଠାରେ ଏକାଧିକ ବେଙ୍ଗଲି ଭାଷାଗତ ଲୋକେ ବସବାସ କରୁଥିବାରୁ ବାଂଲା ଅନୁପ୍ରବେଶକାରୀ ମାନେ ଚତୁରତାର ସହ ଏଠାକୁ ଆସି ବସତି ସ୍ଥାପନ କରିବାରେ ସଫଳ ହେଉଥିବା ଦେଖିବାକୁ ମିଳୁଛି ।ଅନେକ ସମୟରେ ସମୁଦ୍ର ବାଟ ଦେଇ ହେଉ ଅବା ବସ୍ ଯୋଗେ ହେଉ ଏମାନେ ଅନୁପ୍ରବେଶ କରିବାରେ ସଫଳ ହେଉଛନ୍ତି ।ଏଠାକୁ ଆସି କିଛି ଦିନ ରହି ନିଜର ଆସ୍ଥାନ ଜମାଇବା ପରେ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ମଧ୍ୟ ନାନା ସମୟରେ ନଜରକୁ ଆସୁଛି ।ଏହା ଉପରେ ରୋକ୍ ଲଗା ନଗଲେ ଏହା କ୍ୟାନ୍ସର ଭଳି ବ୍ୟାପି ଆଗକୁ ରାଜ୍ୟ ତଥା ଦେଶର ସୁରକ୍ଷା ଦୃଷ୍ଟିରୁ ବିରାଟ କ୍ଷତି ପହଞ୍ଚାଇବ ବୋଲି ବୁଦ୍ଧିଜୀବୀ ମତ ଦେଉଛନ୍ତି ।