ସମାଜସେବୀଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା : ଶ୍ରୀରାମ ଚରିତ ମାନସ ର ବିଶିଷ୍ଟ କଥା ପ୍ରବଚକ ଓ ମର୍ନୁଭବ ର ସଂପାଦକ ପଣ୍ଡିତ ହୃଷିକେଶ ରଥଙ୍କ ୭୨ ତମ ଜୟନ୍ତୀ ମହା ଆଡମ୍ବର ରେ ପାଳନ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ପ୍ରାବନ୍ଧିକ ଡ଼ଃ ସର୍ବେଶ୍ୱର ସେଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଆନ୍ତର୍ଜାତୀୟ ଶୋଭନୀୟ ଆନେ୍ଦାଳନ ର ଡ଼ଃ ଅରୁନ୍ଧତୀ ଦେବୀ, ମହନ୍ତ ବିପିନ ଦାସ ମହାରାଜ, ସ୍ୱାମୀ କମଳ ରୂପାନନ୍ଦ ସରସ୍ୱତୀ, ମାତା ଜ୍ୟୋର୍ତିମୟୀ ସରସ୍ୱତୀ, ବାବାଜୀ ହୃଷିକେସ ଦାସ, ଡ଼ଃ ସଦାନନ୍ଦ ଦିକ୍ଷିତ, ପ୍ରକାଶ ନନ୍ଦ, ଦେବେନ୍ଦ୍ର ସୁଆର, ଭୁବନ ମୋହନ ଜେନା, କିଶୋର ଚନ୍ଦ୍ର ପଣ୍ଡା, ରବି ନାରାୟଣ ପତି ପ୍ରମୁଖ ଜୟନ୍ତୀ ସମାରୋହ ରେ ଯୋଗ ଦେଇ ପଣ୍ଡିତ ରଥଙ୍କର ବହୁମୁଖୀ କୃତୀ ଓ କ୍ରୀତି ତଥା ସମାଜ ସଂସ୍କାର ପ୍ରଚେଷ୍ଟା ଆଗାମୀ ପିଢି ପଇଁ ଦୃଷ୍ଟାନ୍ତ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ । ଇଂ ଅକ୍ଷୟ କୁମାର ପାଣିଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଉଦୟ ଇଣ୍ଡିଆର ସଂପାଦକ ଦିପକ ରଥ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦିନେଶ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଭକ୍ତି ସଙ୍ଗୀତ ପରିବେଷଣ କରା ଯାଇଥିବା ବେଳେ ଆଖପାଖ ଅଂଚଳର ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।