ସମାଜସେବୀଙ୍କ ପରଲୋକ

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ୧୭ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳଙ୍କ ବାପା ତଥା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଦିହୁଡିପୁର ପଞ୍ଚାୟତର ବିଶିଷ୍ଟ ସମାଜସେବୀ ଧର୍ମପ୍ରାଣ ବ୍ୟକ୍ତି ମହେଶ୍ୱର ବିଶ୍ୱାଳଙ୍କ ସୁଜନପୁର ବାସଭବନରେ ପରଲୋକ ହୋଇଯାଇଛି । ମୃତୁ୍ୟବେଳକୁ ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା । ମୃତୁ୍ୟ ଶଯ୍ୟା ନିକଟରେ ପୁତ୍ର, ପୁତ୍ର ବଧୂ ଝିଅ ଜ୍ୱାଇଁ, ନାତିନାତୁଣୀ ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ଥିଲେ ଓ ସେ ଜଣେ ମିଷ୍ଠଭାଷୀ ପରୋପକାରୀ ବ୍ୟକ୍ତି ଭାବେ ସାଧାରଣରେ ପରିଚିତ ଥିଲେ ଓ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଚିକିସôାଧୀନ ଥିଲେ ଓ ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ବ୍ଲକ ବିଜେଡି ସଭାପତି କିଶୋର ସାହୁ, ନଗର ବିଜେଡି ସଭାପତି ବୁଢା ଲେଙ୍କା, ଦିହୁଡିପୁର ସରପଞ୍ଚ ନରେଶ ମଲିକ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚô ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କ ବିୟୋଗରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, କିଶୋର ତରାଇ ଓ ଅଲେଖ କୁମାର ଜେନା, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।