କେନାଲରୁ ଯୁବକଙ୍କ ମୃତଦେହ ଜବତ
ସୁକିନ୍ଦା: ସୁକିନ୍ଦା ଥାନା ଅନ୍ତର୍ଗତ କନ୍ତିରା ପାଖ ରେଙ୍ଗାଲି ଶାଖା କେନାଲରୁ ପୁଲିସ ସିଦ୍ଧାନ୍ତ ତରାଇ(୨୫)ଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରୀ ରଖିଛି । ସୂଚନା ମୁତାବକ ସନ୍ଧ୍ୟାରେ କନ୍ତିରା ପାଖ ରେଙ୍ଗାଲି ଶାଖା କେନାଲରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ୭/୨୦୨୫ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ ଜାରୀ ରଖିଛି । ମୃତ ଯୁବକ କନ୍ତିରା ରଗଡା ସାହିର ଚୈତନ୍ୟ ତରାଇଙ୍କ ପୁଅ ସିଦ୍ଧାନ୍ତ ବୋଲି ଜଣାପଡିଛି ।