ସମାଧାନଠୁ ବଳିଯାଉଛି ସମସ୍ୟା : ଅଭିଯୋଗ ପରେ ବି ସରକାର ଚୁପ୍
ଗୋପ: ବିଗତ ୨୪ ବର୍ଷ ବ୍ୟବଧାନ ପରେ ଓଡିÿଶାରେ ସାଧାରଣ ଜନତାଙ୍କ ପାଇଁ ବିଜେଡିକୁ ପ୍ରତ୍ୟାଖାନ କରି ବିଜେପି ସରକାର ଗଠିତ ହୋଇଛି । ସତ କିନ୍ତୁ ରାଜ୍ୟର ରାଜଧାନୀରେ ଯେଉଁଭଳି ବ୍ୟବସ୍ତାରେ ସମସ୍ୟାର ସମାଧାନ କ୍ଷେତ୍ରରେ ନେତାଙ୍କ ଠାରୁ ଅଧିକାରୀ ତତ୍ପରତା ଅବଲମ୍ବନ କରୁଛନ୍ତି । ତାହା କଣ ଗ୍ରାମାଞ୍ଚଳରେ ହେଉଛି କଲ? ପୂର୍ବରୁ ରାଜ୍ୟରେ ବିରୋକ୍ରାଟଙ୍କ ହାତରେ ଶାସନ ଭାର ଥିବାରୁ ସାଧାରଣ ଜନତାଙ୍କୁ ବର୍ଷ ବର୍ଷ ଧରି ନ୍ୟାୟ ପାଇବା ଠାରୁ ସମସ୍ୟାର ସମାଧାନ କ୍ଷେତ୍ରରେ ଅପେକ୍ଷା କରିବାକୁ ପଡୁଛି । ଏବେ ନୂତନ ସରକାରଙ୍କ ଆଗମନରେ ମୁଖ୍ୟମନ୍ତ୍ରୀ ପଦବୀରେ ମୋହନ ଚରଣ ମାଝିଙ୍କ ଦାୟିତ୍ୱ ଖୁବ ଅଧିକ ବଡିଯାଇଛି । ସେଥିପାଇଁ ଭୁବନେଶ୍ୱରରେ ଥିବା ନିଜ ବାସଭବନରେ ଓଡିଶା ବାସୀଙ୍କ ସମସ୍ୟାର ସମାଧାନ ପାଇଁ ଜନଶୁଣାଣୀ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ତା ସତ୍ତ୍ୱେ ସମସ୍ତ ଜିଲ୍ଲାର ସାଧାରଣ ଜନତାଙ୍କ ଅଭିଯୋଗକୁ ଶୁଣିବା ସମ୍ଭବ ନ ହେବା ହେତୁ ପ୍ରତି ଜିଲ୍ଲାପାଳଙ୍କ ଦ୍ୱାରା ଉକ୍ତ କାର୍ଯ୍ୟ କରିବାକୁ ନିଦେ୍ର୍ଦଶକ ଦେଇଛନ୍ତି । ଦୁଃଖ ଓ ପରିତାପର ବିଷୟ ଟି ହେଉଛି ପୁରୀ ଜିଲ୍ଲାର ଗୋପରେ ଥିବା ସରକାରୀ ଅଧିକାରୀ ଓ ଅଧିକାରିଣୀମାନେ ସାଧାରଣ ଜନତାଙ୍କ ଅଭିଯୋଗକୁ ସମାଧାନ କରିବା ପରିବର୍ତ୍ତେ ତାଙ୍କ ପାଇଁ ସମସ୍ୟା ଅଧିକରୁ ଅଧିକ କରୁଥିବାର ଅଭିଯୋଗ ଶୁଣିବାକୁ ମିଳୁଛି କ୍ଷ ଗୋପ ବ୍ଲକ ଟି ଅଧିକାଂଶ ସମୟରେ ଚର୍ଚାରେ ଥାଏ କାହିଁକି ନା ପୂର୍ବରୁ ସମୀର ରଞ୍ଜନ ଦାଶ ଙ୍କ ପାଇଁ ଥିବାବେଳେ ଏବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନେଇ । ଯଦିଓ ଏହି ବ୍ଲକଟି ୩୧ ପଞ୍ଚାୟତ ଓ କୋଣାର୍କର ବିଜ୍ଞାପିତ ଅଞ୍ଚଳକୁ ନେଇ ଗଠିତ କିନ୍ତୁ ନିର୍ବାଚନ ପରେ ଲୋକ ପ୍ରତିନିଧି ଓ ମଣ୍ଡଳ ଉନ୍ନୟନ ଅଧିକାରିଣୀ ଏବଂ ଅଧ୍ୟକ୍ଷାଙ୍କ ସହିତ ଉପାଧକ୍ଷଙ୍କ ମଧ୍ୟରେ ଭାରତ ପାକିସ୍ତାନର ନିବିଡ଼ ସମ୍ପର୍କ ସଦୃଶ ।
ତକôାଳୀନ ସରକାରଙ୍କ ସମୟରୁ ସମସ୍ୟାରର ସମାଧାନ ନ ହୋଇ ବର୍ତମାନ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି । ଓଡିÿଶାର ଯଦି ଦୁର୍ନୀତି ଓ ଭ୍ରଷ୍ଟାଚାର ଏବଂ ଅନ୍ୟାୟ ଅନୀତି କେଉଁଠି ଅଧିକ ପାଇବ ତାହା ହେଉଛି ଗୋପ ବ୍ଲକ । ଏଠାରେ ନେତାଙ୍କର ଅଭାବ ନାହିଁ ସତ କିନ୍ତୁ ସମସ୍ୟାର ସମାଧାନ ମଧ୍ୟ ନାହିଁ ଗୋଟିଏ ମିଶନ "ରାଧେ ରାଧେ ତୁମର ଅଧେକୁ ଆମର ଅଧେ ନୀତି ଆପଣାଇଛନ୍ତି ଅଧିକାରୀ । ଅଧିକାରିଣୀଙ୍କ ଠାରୁ ସ୍ଥାନୀୟ ରାଜନେତା ଆଉ ତାଙ୍କ ଅନୁଗାମୀ । ପ୍ରତି ୩ ମାସରେ ଥରେ ଜିଲ୍ଲାସ୍ତରୀୟ ଜନଶୁଣାଣୀ ଅନୁଷ୍ଠିତ ହୋଇଥାଏ ସତ କିନ୍ତୁ ଗୋଟେ ଗୋଟେ ସମସ୍ୟାର ସମାଧାନ ପାଇଁ ଅଭିଯୋଗକାରୀ ତିନି ତିନିଥର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସମାଧାନ ହେଉନାହିଁ । ଏହିଭଳି ଯଦି ବ୍ୟତିକ୍ରମ ଆଗକୁ ଲାଗି ରୁହେ ତେବେ ଗୋପ ଅଗ୍ରଣୀ ଯୁବ ସଂଗଠନ "ବିପ୍ଲବୀ ସଂଗଠନ’ ପକ୍ଷ୍ୟ ରୁ ଘୋର ବିରୋଧ କରାଯିବ ବୋଲି ସଂଗଠନ ସଭାପତି ଚନ୍ଦ୍ରକାନ୍ତ ସାହୁ କହିଛନ୍ତି ।