ସମାଧିରୁ ଶବ ଗାଏବ ଘଟଣା : ତଦନ୍ତ ପାଇଁ ଥାନାରେ ଏତଲା

 ନବରଙ୍ଗପୁର/ରାଇଘର:  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁମୁଲି ପଞ୍ଚାୟତ ମାଲବେଡା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା  । ଖ୍ରୀଷ୍ଟ ଧର୍ମ ନେଇଥିବାରୁ ଶବକୁ ପୋତିବାକୁ ଦେଇନଥିବା ଘଟଣା ତାଙ୍କ ପରିବାରଙ୍କୁ ମାରିଦେବୁ କହି ମାଡ଼ ମାରି ମହିଳା ଓ ନାବାଳିକା ଝିଅକୁ ଶାଢ଼ୀ ଓ ଡ୍ରେସ ଚିରି ଦେବା ଅଶ୍ଳୀଳ ବ୍ୟବହାର ସହ ମାଡ଼ ମାରିବା, ପରିବାକୁ ଗାଁରୁ ବହିଷ୍କାର କରିବା ଏବଂ ରାମ ଚନ୍ଦ୍ର ଗଣ୍ଡଙ୍କ ବଡ଼ ପୁଅ ଶ୍ରବଣର ମୃତ ଶରୀରକୁ ସମାଧିରୁ ବାହାର କରି ଅନ୍ୟତ୍ର ନେଇ ଯିବା ବିରୋଧରେ ପିତା ରାମଚନ୍ଦ୍ର ଗଣ୍ଡ ରାଇଘର ଥାନାରେ ଅଭିଯୋଗ କରିଛନ୍ତି । 
ଅଭିଯୋଗ ପ୍ରକାରେ ମାଲବେଡା ଗ୍ରାମର ରାମଚନ୍ଦ୍ର ଗଣ୍ଡଙ୍କ ବଡ଼ ପୁଅ ଶ୍ରବଣ ଗଣ୍ଡ ମହାରାଷ୍ଟ୍ରର ଏକ ବୋରୱେଲ ଖନନ ଗାଡ଼ିରେ କାମ କରୁଥିଲା । ସେଠାରେ ଶ୍ରବଣର କୌଣସି କାରଣରୁ ମୃତୁ୍ୟ ହୋଇଥିଲା । ପ୍ରଶାସନର ସାହାଯ୍ୟରେ ଶ୍ରବଣ ଗଣ୍ଡଙ୍କ ମୃତ ଶରୀର ମହାରାଷ୍ଟ୍ରରୁ ନିଜ ଜନ୍ମ ମାଟିକୁ ପହଞ୍ଚିଥିଲା । ମୃତ ଶ୍ରବଣଙ୍କ ପରିବାର ଲୋକେ ଯେହେତୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବାରୁ କୋଉଠି ସମାଧି ଦିଆଯିବ ତାକୁ ନେଇ ସେହି ମାଲବେଡା ଗ୍ରାମରେ ବୈଠକ ହୋଇଥିଲା । ବୈଠକରେ ଏହି ଗ୍ରାମର ଲୋକମାନେ ତହସିଲଦାର ଓ ପୋଲିସ ପ୍ରଶାସନଙ୍କ ସମ୍ମୁଖରେ ମଶାଣି ପଦା ଜାଗା ଦେବାକୁ ମନା କରିବାରୁ ସେହି ବୈଠକରେ କୌଣସି ସମାଧାନ ନ ମିଳିବାରୁ ମୃତ ଶରୀରକୁ ନିଜ ପଟା ଥିବା ଜମିରେ ଶ୍ରବଣଙ୍କ ମୃତ ଶରୀରକୁ ସମ୍ମାନର ସହିତ ଖ୍ରୀଷ୍ଟିୟାନ ରୀତିନିତି ଅନୁସାରେ ସମାଧି ଦେଇଥିଲେ । ପରେ ଏହି ଗ୍ରାମବାସୀ ଉତ୍ୟକ୍ତ ହୋଇ ସଦଳ ବଳେ ଆସି ମୃତ ପରିବାରଙ୍କ ଉପରେ ମାନସିକ ନିର୍ଯାତନା ଦେବା ସହ ସେହି ପରିବାରର ଦୁଇ ଭାଈଙ୍କୁ ଓ ସମ୍ପର୍କୀୟ ମାନଙ୍କୁ ଗୋଡେଇ ଗୋଡେଇ ମାଡ଼ ମାରି, ମହିଳାଙ୍କ ପ୍ରତି ମାଡ଼ ମାରି ଅଶ୍ଳୀଳ ବ୍ୟବହାର କରିଥିଲେ ଓ ୧୬ବର୍ଷର ନାବାଳିକାର ଡ୍ରେସ ଚିରି ଦେବା ସହିତ ଅଶ୍ଳୀଳ ବ୍ୟବହାର କରି ମାଡ ମାରି ମାଟି ତଳେ ପୋତା ଯାଇଥିବା ମର ଶରୀରକୁ ବାହାର କର, ନଚେତ୍ ପରିବାର ସମସ୍ତଙ୍କୁ ଜୀବନରେ ମାରିଦେବୁ କହି ପରିବାର ଓ ସଂପର୍କୀୟ ମାନଙ୍କୁ ମାଡ ମାରି ଧମକ ଚମକ ଦେଇଥିଲେ । ମାଟି ତଳେ ପୋତା ଯାଇଥିବାବା ମର ଶରୀରକୁ ବାହାର କରିବାକୁ ପାଇଁ ପ୍ରୟାସ କରୁଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ରୋକ ଲଗାଇ ଥିଲେ । ଯାହା ଫଳରେ ଅଧା ପୋତା ଶବ ରାତି ସାରା ସେହି ପରି ପଡ଼ି ରହିଥିଲା । ଏହି ଘଟଣାକୁ ନେଇ ପୂନର୍ବାର ଗ୍ରାମରେ ବୈଠକ କରାଯାଇ ତହସିଲଦାର, ପୋଲିସ ପ୍ରଶାସନ ଓ ଗଣମାଧ୍ୟମ ସମ୍ମୁଖରେ ସମସ୍ୟାର ସମାଧାନ ହୋଇଥିଲା । ପରେ ଘଟଣା ସ୍ଥଳରୁ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧ୍ୱ ମାନେ ଚାଲିଯିବା ପରେ ପୁଣି ଅଧା ରାତିରେ ଏହି ଗ୍ରାମବାସୀ ଦୁଇ ଭାଈଙ୍କୁ ଓ ତାଙ୍କ ପୁଅକୁ ସମାଧି ଦିଆ ଯାଇଥବା ସ୍ଥାନକୁ ଡାକି ନେଇଥିଲେ । ଆଉ ଏହି ବିଷୟରେ କାହାକୁ ଜଣାଇଲେ ଜୀବନରେ ମାରିଦେବୁ ବୋଲି ଧମକ ଦେଇ ଘରକୁ ଯିବା ପାଇ କହିଥିଲେ । ପରେ ଅଧ ରାତିରେ ଗ୍ରାମବାସୀଙ୍କ ଭୟରେ ସେମାନେ ଘରକୁ ଚାଲି ଆସିଲେ । ପରେ ରାମଚନ୍ଦ୍ର ଗଣ୍ଡଙ୍କ ବଡ ପୁଅ ଶ୍ରବଣଙ୍କ ପୋତା ଯାଇଥିବା ମର ଶରୀରକୁ ଗ୍ରାମବାସୀମାନେ କୁଆଡ଼େ ନେଇ କି ଗଲେ? କଣ କଲେ ଏହାର ତଦନ୍ତ କରିବା ପାଇଁ ରାଇଘର ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରିଥିଲେ  । ଏହି ଘଟଣା ବିଷୟରେ ରାଇଘର ଥାନା ଅଧିକାରୀ ରଘୁନାଥ ମାଝୀଙ୍କୁ ପଚାରିବାରୁ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଖବର ଲେଖା ବେଳକୁ ତଦନ୍ତ ଚାଲି ଥିବା ତଦନ୍ତ ଅଧିକାରୀ ଶ୍ରୀ ମାଝୀ କହିଛନ୍ତି ।