ସମିତି କାର୍ଯ୍ୟାଳୟରେ ପଡିଛି ଧାନ, ଚାଷୀ ହତାଶ
ସୁକିନ୍ଦା: ସମବାୟ ସମିତିରେ ପଡିରହିଛି ବସ୍ତା ବସ୍ତା ଧାନ । ମିଲର ଗାଡ଼ି ପଠାଉନାହାନ୍ତି କି ସମବାୟ ସମିତି ଧାନ କିଣୁନାହିିଁ । ଶେଷରେ ହତାସ ହୋଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାଷୀ । ଏଭଳି ଅବ୍ୟବସ୍ଥା ଦେଥିବାକୁ ମିଳିଛି ସୁକିନ୍ଦା ବ୍ଲକ ଅନ୍ତର୍ଗତ ଦୁଧୁଜୋରି ସମବାୟ ସମିତିରେ ଯାହାକୁନେଇ ଶତାଧିକ ଚାଷୀଙ୍କ ଧାନ ସରକାର ନେଉନଥିବାର ଅଭିଯୋଗ ହୋଇଛି । ଦୁଧୁଜୋରି ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ସ୍ଥାନୀୟ ଚାଷୀଙ୍କର ଶହଶହ ବସ୍ତାଧାନ ପଡ଼ିରହିଛି । ଧାନ କିଣାରେ ସରକାର ବିଫଳ ହୋଇଥିବା ଦର୍ଶାଇ ସ୍ଥାନୀୟ ପିମ୍ପୁଡିଆ, କୁହିକା, ଦୁଧୁଜୋରି ପଞ୍ଚାୟତର ଅନେକ ଚାଷୀ ସ୍ଥାନୀୟ ସରପଞ୍ଚ ତପନ ନାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ନିଜର ଦୁଃଖ ଜଣାଇବା ସହ ସେମାନଙ୍କ ଧାନ କିଣିବା ପାଇଁ ଦାବି କରିଛନ୍ତି । ସମବାୟ ସମିତିକୁ ଧାନ ବୋହି ଆଣିବା ପରେ କିଣା ନ ହେଉଥିବାରୁ ଜଗି ରହି ସେଇଠି ଦିନରାତି କାଟୁଛନ୍ତି ଚାଷୀ । ତେବେ କେବେ ଚାଷୀଙ୍କର ସମସ୍ୟାର ସମାଧାନ କେବେ ହେଉଛି କେବଳ ତାକୁହିଁ ଅପେକ୍ଷା ।