ସନ୍ଧ୍ୟାରାଣୀଙ୍କ ପାଇଁ ବିହାରୀ ଭୋଟରଙ୍କ ସମର୍ଥନ ଲୋଡ଼ିଲା ବିଜେଡ଼ି
ବ୍ୟାସନଗର: କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ପୈାରାଞ୍ଚଳରେ ବହୁ ସଂଖ୍ୟାର ବିହାରି ଭୋଟର ରହିଛନ୍ତି । ସେହି ଭୋଟରଙ୍କ ସମର୍ଥନ ଲୋଡ଼ିଛି ବିଜେଡ଼ି । କୋରେଇ ବିଜେଡ଼ି ପ୍ରାର୍ଥିନୀ ସନ୍ଧ୍ୟାରାଣୀ ଦାସଙ୍କ ସମର୍ଥନରେ ବିଜେଡ଼ି ନେତା ତଥା ପ୍ରାକ୍ତନ ପୈାରପାଳ ରସାନନ୍ଦ ମହାନ୍ତି, ଜିଲା ମହିଳା ସଭାନେତ୍ରୀ ସବିତା ରାଉତ୍, ବଳଭଦ୍ର ଦାସ, କୁଳମଣି ରାଉତ ପ୍ରମୂଖ ଉମାପଦାସ୍ଥ ସୂର୍ଯ୍ୟମନ୍ଦିରେ ପହଁଚି କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରି ସନ୍ଧ୍ୟାରାଣୀଙ୍କୁ ସମର୍ଥନ ଲୋଡ଼ିଥିଲେ । ସୂର୍ଯ୍ୟମନ୍ଦିର କମିଟିର ସଭାପତି ମନୋଜ ପ୍ରସାଦ ଗୁପ୍ତା, ସଂପାଦକ ସନେତାଷ ଚୈାଏ, ଗଣେଶ ଶର୍ମା, ଗିରିଜା ପ୍ରସାଦ ଶାହା, ରମନ୍ତି ଶର୍ମା, ବବିତା ଶାହା, ମନୋଜ ଗୁପ୍ତା, ରାକ୍ଷୀ ସଂହ ପ୍ରମୂଖ ଉପସ୍ଥିତ ରହିଥିଲେ ।