କୁଢ଼ କୁଢ଼ ଆବର୍ଜନା : ଦୂଷିତ ହେଉଛି ପରିବେଶ

 ଯାଜପୁର ସଦର : ଯାଜପୁର ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଗଦା ହେଉଛି । ସହରର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଗଦା ହୋଇଥିବା ଅଳିଆ ଆବର୍ଜ୍ଜନା ପରିବେଶକୁ ଦୂଷିତ କରୁଛି । ବର୍ଷା ଯୋଗୁ ଆବର୍ଜନା ପଚି ଦୂର୍ଗନ୍ଧ ହେଉଛି । ଯାହାଫଳରେ ରାସ୍ତାରେ ଯାଉଥିବା ପଥଚାରୀ ନାକରେ ହାତଦେଇ ଯିବାକୁ ବାଧ୍ୟ ହେଉଛନ୍ତି ।  ଆବର୍ଜ୍ଜନା ଗୁଡ଼ିକ ଏତେ ପରିମାଣରେ ପଡ଼ିଛି,ଯେ ତାହା ସହରର ମୁଖ୍ୟ ରାସ୍ତାଟିକୁ ଅଧା ମାଡ଼ି ବସିଛି । ହେଲେ ଯାଜପୁର ପୈାରପାଳିକାର ଦୃଷ୍ଟିକୁ ଏହା କିପରି ଦେଖାଯାଉନାହିଁ ତାହା ହି ଆଶ୍ଚର୍ଯ୍ୟ କରୁଛି ।  ଖୋଦ୍ ୮ନଂ ୱାର୍ଡର କାଉନସିଲଙ୍କ ଘର ପାଖର ହେଉଛି ଏହି ଦୃଶ୍ୟ । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଶହଶହ ଜନସାଧାରଣ ଯିବା ଆସିବା କରୁଥିବା ବେଳେ ପୈାରପାଳିକା ପକ୍ଷରୁ ଏଥିପ୍ରତି ଜମାରୁ ଦୃଷ୍ଟି ଆକର୍ଷଣ ହେଉନାହିଁ । ଏବେ ବର୍ଷା ଦିନ, ଏହି ଅଳିଆ ଆବର୍ଜନା ଉପରେ ବର୍ଷା ଜଳ ପଡ଼ିବାରୁ, ରାସ୍ତା ଉପରେ ଦୂଷିତ ପାଣି ଭିତରେ ପସି ଲୋକେ ଯିବା ଆସିବା କରୁଛନ୍ତି । ଯାହା ବିଭିନ୍ନ ପ୍ରକାରର ଚର୍ମରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଦେଖାଦେଇଛି । ଏଥିପ୍ରତି ପୈାରପାଳିକା କର୍ତୁପକ୍ଷ ଦୃଷ୍ଟି ଦେବାକୁ ସହରବାସୀ ଦାବି କରିଛନ୍ତି