ସମ୍ପାଦକଙ୍କୁ ଦୁର୍ବ୍ୟବହାର, ଜେଲେ ଗଲେ ସେବାୟତ


ାା ପ୍ରଭାନୁ୍ୟଜ୍ ।ା ଚିଲିକା  : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମା’ ଭଗବତୀ ମନ୍ଦିରର ଜଣେ ସେବାୟତ ବାଣପୁର ଓକିଲ ସଂଘର ସମ୍ପାଦକ ଏବଂ ଅନ୍ୟ ଓକିଲମାନଙ୍କୁ ଦୁର୍ବ୍ୟବହାର କରି ଜେଲ ଯାଇଥିବା ଜଣାପଡିଛି । 
ଥାନାରେ ହୋଇଥିବା ଅଭିଯୋଗ ମୁତାବକ ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା ଏବଂ ସହଯୋଗୀ ଓକିଲମାନେ ମା’ ଭଗବତୀ ମନ୍ଦିର ଦର୍ଶନ ନିମନ୍ତେ ଯାଇଥିଲେ । ଉକ୍ତ ସମୟରେ ପାଳିଆ ମାଳି ଭାବେ କାର୍ଯ୍ୟରତ ଥିବା ଜନୈକ ସେବାୟତ ଉପସ୍ଥିତ ଓକିଲମାନଙ୍କୁ ଦକ୍ଷିଣାରୂପେ ୫୦୧ ଟଙ୍କା ଦାବି କରିଥିଲେ ।  କିନ୍ତୁ ଓକିଲମାନେ ଏହାକୁ ବେଆଇନ କହିବା ସହ ନିଜ ଇଛା ମୁତାବକ ଦକ୍ଷିଣା ଉକ୍ତ ସେବାୟତଙ୍କୁ ଦେବାରୁ ସେ ତାହାକୁ ବିରୋଧ କରିବା ସହ ଓକିଲମାନଙ୍କୁ ଗାଳିଗୁଲଜ କରିଥିଲେ ଏବଂ ଦକ୍ଷିଣା ଗ୍ରହଣ କରିନଥିଲେ । ସେବାୟତ ଜଣକ ବାରମ୍ବାର ୫୦୧ ଟଙ୍କା ଦକ୍ଷିଣା ଦେବାପାଇଁ ଜିଦ ଧରିବସିବା ସହ ଓକିଲମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ  ।
ଏହାର ପ୍ରତିବାଦରେ ଓକିଲ ସଂଘ ସମ୍ପାଦକ ଶ୍ରୀ ବେଦମତ୍ତା ବାଣପୁର ଥାନାଧିକାରୀଙ୍କୁ ଟେଲିଫୋନ ମାଧ୍ୟମରେ ସମସ୍ତ ଘଟଣା ଅବଗତ କରାଇବା ସହ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ  । ଘଟଣାସ୍ଥଳରେ ପୁଲିସ ପହଞ୍ଚô ଉକ୍ତ ଘଟଣାର ତଦନ୍ତ କରିବାପରେ ଅଭିଯୁକ୍ତ ସେବାୟତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି  ।
ସୂଚନା ଥାଉକି ମା’ ଭଗବତୀ ମନ୍ଦିରରେ ଏପରି ଘଟଣା ବାରମ୍ବାର ଘଟୁଥିବାବେଳେ ସ୍ଥାନୀୟ ଭକ୍ତ ଏବଂ ଦୂର ଦୁରାନ୍ତରୁ ଆସୁଥିବା ଭକ୍ତମାନେ ଥାନାରେ ଅଭିଯୋଗ କରିବାକୁ ପଛାଉଥିଲେ । କିନ୍ତୁ ବାଣପୁର ଓକିଲ ସଂଘ ସମ୍ପାଦକ ଏବଂ ଅନ୍ୟ ଓକିଲମାନେ ଉକ୍ତ ବେଆଇନ ଦାବିକୁ ବିରୋଧ କରି ସେବାୟତଙ୍କ ବିରୁଦ୍ଧରେ ଏତଲା ଦେଇଥିବାରୁ ବୁଦ୍ଧିଜୀବୀମାନେ ଓକିଲମାନଙ୍କ ଉକ୍ତ ପଦକ୍ଷେପକୁ ସାଧୁବାଦ ଜଣାଇଛନ୍ତି । ତେବେ ମା’ ଭଗବତୀ ମନ୍ଦିର ଏଣ୍ଡାଉମେଣ୍ଟ ଦ୍ୱାରା ପରିଚାଳିତ ହେଉଥିବାବେଳେ ସେବାୟତଙ୍କ ପ୍ରାପ୍ୟ ଏବଂ ଅନ୍ୟାନ୍ୟ ସୁବିଧା ଏଣ୍ଡାଉମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବୁଝିଥାନ୍ତି । ମା’ ଭଗବତୀ ମନ୍ଦିର ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତିପିଠ ହୋଇଥିବାବେଳେ ଏପରି ଘଟଣା ଦ୍ୱାରା ମନ୍ଦିର ରାଜ୍ୟରେ ବଦନାମ ହେଉଛି । ଯଦି ଉକ୍ତ ଘଟଣାର ଭବିଷ୍ୟତରେ ପୁନରାବୃତ୍ତି ଘଟେ ତେବେ ବାଣପୁର ଓକିଲ ସଂଘ ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସମ୍ପାଦକ ଶ୍ରୀ ବେଦମତ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  ।