ସରକାରଙ୍କ ବିରୋଧରେ ଗାଈ, ମଇଁଷି ପ୍ରତିବାଦ କଲେ
ତାମିଲନାଡ଼ୁରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ନାମ ତାମିଲାର କାଚି (ଏନଟିକେ) ପାର୍ଟି ପକ୍ଷରୁ ଏକ କନଫରେନ୍ସର ଆୟୋଜନ କରାଯାଇଥିଲା, ଯେଉଁଥିରେ ଭୋଟରଙ୍କ ବଦଳରେ ସାମିଲ ହୋଇଥିଲେ ଗାଈ, ବଳଦ, ମଇଁଷି ।ଶହ ଶହ ସଂଖ୍ୟାରେ ଗାଈ, ବଳଦ, ଷଣ୍ଢ ଏବଂ ମଇଁଷି ମଦୁରାଇ ନିକଟସ୍ଥ ବିରାଧନୁରରେ ଏକତ୍ରିତ ହୋଇଥିଲେ । ଏନଟିକେ ପକ୍ଷରୁ ଚାରଣ ଭୂମି ଆମର ଅଧିକାର ସମାବେଶ କରାଯାଇଥିଲା ।ଯେଉଁଥିରେ ଗାଈ, ବଳଦ ନିଜର ସମର୍ଥନ ପଦର୍ଶନ କରିଥିବା ଦଳ ପକ୍ଷରୁ କୁହାଯାଇଛି । ଏ ନେଇ ଏନଟିକେ ମୁଖ୍ୟ ସିମନ କହିଥିଲେ, ଅର୍ଗାନିକ ଫାର୍ମିଂ, ପଶୁମାନେ ଚରିବା ଇତ୍ୟାଦି ତାମିଲ ସଂସ୍କୃତିର ମେରୁଦଣ୍ଡ ।ପଶୁ ଚରିବା ପାଇଁ ବନ ବିଭାଗୀୟ ଅଧିକାରୀଙ୍କ ତରଫରୁ ବହୁ କଟକଣା ଲାଗୁ କରାଯାଇଛି । ଯାହା ଆଦୌ ସହ୍ୟ କରାଯିବା ଉଚିତ୍ ନୁହେଁ । ତାମିଲନାଡ଼ୁରେ ଏ ପ୍ରକାର ପ୍ରତିବାଦ ପ୍ରଥମ ଥର ଲାଗି ଦେଖିବାକୁ ମିଳିଛି ।