ସରକାରୀ ଉଚ୍ଚ ବିଦ୍ୟାଳୟର ବୈଠକ

 ନୂଆପଡା: ସ୍ଥାନୀୟ ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଅଭିଭାବକ ଶିକ୍ଷକ -ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା ବୈଠକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ବିଦ୍ୟାଳୟର ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା , ଅଶୋକ କୁମାର ବେହେରା, ଗୌରାଙ୍ଗ କୁମାର ସାହୁ, ଗୌରୀ ଶଙ୍କର ଦୁବେ, ପ୍ରଭୁଦତ୍ତ ପୁରୋହିତ, ରାଜଶ୍ରୀ ଦଣ୍ଡସେନା,ନିରଞ୍ଜନ ବିଶ୍ୱାଳ, ଧନଞ୍ଜୟ ମଲ୍ଲିକ , ହେମସାଗର ଶବର ପ୍ରମୁଖ ସମାପ୍ତି ସୂଚକ ଆକଳନ ୧ର ଉପଲବ୍ଧି,  ଆସନ୍ତା ପରୀକ୍ଷା ପାଇଁ ପ୍ରସ୍ତୁତିରେ ଅଭିଭାବକ ଓ  ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା,  ପିଲାମାନଙ୍କୁ ପାଠରେ ଆଗକୁ ନେବା ପାଇଁ ପିତା ମାତାଙ୍କ ଭୂମିକା , ଆପାର ଆଇଡି ପ୍ରସ୍ତୁତି, ପିଲାମାନଙ୍କର ମାନସିକ ଚାପ ଦୂରୀକରଣ, ଡ୍ରପ୍ ଆଉଟ୍ ହ୍ରାସ, ପରୀକ୍ଷା ପେ ଚର୍ଚ୍ଚାରେ ପଞ୍ଜୀକରଣ ତଥା ବିଦ୍ୟାଳୟ ବିକାଶ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ବୈଠକରେ ଶିକ୍ଷୟିତ୍ରୀ ନୀଳିମାରାଣୀ ସାଗର,  ରତନ ସିଂ ବାରିକ, ସାଗର ବାଗ,  ପୁନମ୍ ମାଝୀ, ପୁଷ୍ପାଞ୍ଜଳି ମହାପାତ୍ର, ସରସ୍ୱତୀ ରାଉତ, ସଚିନ ବାଗ  ପ୍ରମୁଖ ଉପସ୍ଥିତ ଥିଲେ  । ଦୀପକ ଯୋଷୀ, ସୁରେଶ  ଦାଶ, ଦମୟନ୍ତୀ ବିଶି ପ୍ରମୁଖ ସହଯୋଗ କରିଥିଲେ ।