ସରକାରୀ ଜମିରେ ଦୋକାନ କରିବା ନେଇ ଗଣ୍ଡଗୋଳ, ୩ ଆହତ
ବାରଙ୍ଗ : ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟରେ ସରକାରୀ ଜମିରେ ଦୋକାନ କରିବାକୁ ନେଇ ଗଣ୍ଡଗୋଳ ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ଦୁଇଜଣଙ୍କୁ ପୋଲିସ ଅଟକ ରଖିଛି । ସୂଚନା ଅନୁଯାୟୀ ମଧୁବନ ଗ୍ରାମର ଲିକୁନ ରାଉତ(୨୫) ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତା କଡ ସରକାରୀ ଜମିରେ ଏକ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ବୁଧବାର ସନ୍ଧ୍ୟା ୫ଟାରେ ଉକ୍ତ ଗ୍ରାମର ଶଙ୍କର ରାଉଳ ଓ ତାର ସହଯୋଗୀ ମାନେ ଆସି ଲିକୁନ କରିଥିବା ଦୋକାନ କଡରେ ଦୋକାନ କରିବା ନେଇ ବାଉଁଶ ପୋତିଥିଲେ । ତେବେ ଦୋକାନ କଡରେ ଦୋକାନ କରିବାରୁ ଲିକୁନ ଓ ତାଙ୍କର ପିତା କୃଷ୍ଣଚନ୍ଦ୍ର ଉଭୟ ବିରୋଧ କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ବଚଷା ଓ ପରେ ମାଡଗୋଳ ହୋଇଥିଲା । ଗଣ୍ଡଗୋଳରେ ବାପପୁଅଙ୍କୁ ଶାବଳରେ ଆକ୍ରମଣ କରିବାରୁ ଶଙ୍କର ରାଉଳ, ନାରାୟଣ ରାଉଳ, ଗୌରୀ ରାଉଳ ଆହାତ ହୋଇଥିଲେ । ଖବର ପାଇ ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ସଦଲବଳେ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଚିକିସôା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇବା ସହ ବାପା କୃଷ୍ଣଚନ୍ଦ୍ର ଓ ପୁଅ ଲିକୁନକୁ ଅଟକ ରଖି ତଦନ୍ତ କରୁଛି ପୁଲିସ ।