ସରକାରୀ ସୁବିଧାରୁ ବଞ୍ଚôତ ଜୁଆଙ୍ଗ ଆଦିବାସୀ

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଆଦିମ ଜନଜାତି ଜୁଆଙ୍ଗ ଆଦିବାସୀମାନେ ବିଭିନ୍ନ ସମସ୍ୟା ନେଇ ସଦର ବ୍ଲକ୍ ଠାରେ ହୋଇଥିବା ଜନଶୁଣାଣି ଅଭିଯୋଗରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ  ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । 
ପ୍ରକାଶ ଯେ, ସଦର ବ୍ଲକ୍ ଅନ୍ତର୍ଗତ ପ୍ରାୟ ୧୫ ଗୋଟି ଗ୍ରାମର ଜନଜାତି ଜୁଆଙ୍ଗ ସଂପ୍ରଦାୟର ବ୍ୟକ୍ତିମାନେ ସରକାରୀ ସୁବିଧା ଓ ସୁଯୋଗ ପାଇବାରୁ ବଞ୍ଚôତ ହେଉଛନ୍ତି । ସରକାରଙ୍କ ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ଚାହିଁରେ ମଧ୍ୟ ହୋଇପାରୁ ନାହାଁନ୍ତି । ପ୍ରତ୍ୟେକ ଗ୍ରାମକୁ ସରକାରୀ ସୁବିଧା ଥିଲେ ମଧ୍ୟ ଜୁଆଙ୍ଗ ବସ୍ତି ଓ ସାହିରେ ସମସ୍ୟା ଲାଗି ରହିଛି । ପ୍ରତି ବ୍ଲକ୍ରେ ଥିବା ସମସ୍ତ ପଞ୍ଚାୟତ କର୍ମଚାରୀଙ୍କ ଅବହେଳା ଓ ଅହେତୁକ ହେୟ ମନୋଭାବ ପାଇଁ ନୀରିହ ଆଦିବାସୀ ଜୁଆଙ୍ଗ ଲୋକମାନେ ଏଥିରୁ ବଞ୍ଚôତ ହେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଆବାସ ଗୃହ ଯୋଜନା ବହୁ ଲୋକ ପାଉଥିଲେ ମଧ୍ୟ ଜୁଆଙ୍ଗ ବସ୍ତି ଗୁଡିକରେ ତାହା ପହଞ୍ଚôପାରିନାହିଁ । ପାନୀୟ ଜଳ ବ୍ୟବସ୍ଥା, ଭଲ ରାସ୍ତା, ଘରଡିହ ପଟ୍ଟା, ସୋଲାର ଓ କୋଠାଘର ସୁବିଧା ମଧ୍ୟ ପାଇପାରି ନାହାଁନ୍ତି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଣୁ ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକ ଅଭିଯୋଗ ପତ୍ର ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାହୁଲ୍ ମଣ୍ଡଳଙ୍କୁ ପ୍ରଦାନ କରିଛନ୍ତି । ଏହି ଅଭିଯୋଗ ପତ୍ର ଦାଖଲ ସମୟରେ ଜୁଆଙ୍ଗ ସଂପ୍ରଦାୟର ନିରାକାର ପ୍ରଧାନ, ଭାମା ବେହେରା, ସୁକାନ୍ତି ପ୍ରଧାନ, ଟିକିଲି ପଧାନ, ପୂଜା ପଧାନ, ରୀତା ବେହେରା, ସମ୍ପାରୀ ପଧାନ, ସଚ୍ଚିଦାନନ୍ଦ ପଧାନ, ସଞ୍ଜୟ ପରିଡାଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।