ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ବାର୍ଷିକୋତ୍ସବ

 ଭଣ୍ଡାରିପୋଖରୀ: ବାରିକପୁର ବାଘମରା ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ବାର୍ଷିକୋତ୍ସବ ଭୀକାରୀ ଚରଣ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଗଠନ ଜିଲ୍ଲା ସଭାପତି ବିମ୍ବାଧର ସେନାପତି ଉଦ୍ଘାଟନ କରିଥିଲେ । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଗଠନ ସମ୍ପାଦକ ରଞ୍ଜନ ମହାନ୍ତି ମୁଖ୍ୟଅତିଥି, ଡ. ରବିନାରାୟଣ ପଣ୍ଡା ମୁଖ୍ୟବକ୍ତା, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁପ୍ରଭା ପାତ୍ର, ନିରଞ୍ଜନ ବଳ, ଆହ୍ୱାନ ନର୍ସିଂହୋମ ପ୍ରତିଷ୍ଠାତା ମାଧବ ଚନ୍ଦ୍ର ମଲ୍ଲିକ, ନାରୀନେତ୍ରୀ ଜୟସ୍ମିତା ଗୋଚ୍ଛାୟତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ଓ ଶିକ୍ଷା ବିକାଶ ସମିତିର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଶିଶୁ ବିଦ୍ୟାମନ୍ଦିର ପ୍ରତିଷ୍ଠାତା ଉମାକାନ୍ତ ସାହୁ ଓ ତ୍ରିଲୋଚନ କୁଣ୍ଡୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ସୁଶାନ୍ତ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାମନ୍ଦିର ଶୈଖିକ ଓ ସହଶୈଖିକ କାର୍ଯ୍ୟକ୍ରମର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଗୁରୁମା ରଞ୍ଜିତା ସାମଲ, ସୁଜାତା, ଲକ୍ଷ୍ମୀ, ସୁମିତ୍ରା, ଜ୍ୟେସ୍ନା, ପୂର୍ଣ୍ଣିମା, ମୋନାଲିସା, ରଞ୍ଜିତା ବାରିକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।