ସର୍ପାଘାତରେ ଯୁବକ ମୃତ
ଯୋଡ଼ା: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ସେରେଣ୍ଡା ପଞ୍ଚାୟତ ମହାକୁଡ଼ ସାହିର ଜଣେ ଯୁବକ ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ମୃତ ଯୁବକ ଜଣକ ଏ ଅଞ୍ଚଳର ଶମ୍ଭୁ ମହାକୁଡ଼ ବୋଲି ଜଣାପଡ଼ିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ ଶମ୍ଭୁ ଆଜି ତାଙ୍କ ବାଡ଼ିରେ ଶୋଇଥିବା ସମୟରେ ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା । ପରିବାର ଲୋକେ ତାଙ୍କୁ ଉଠାଇବା ବେଳେ ତାଙ୍କ ଅବସ୍ଥା ସ୍ୱାଭାବିକ ନ ଥିବାରୁ ସଙ୍ଗେ ସଙ୍ଗେ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।