ସାଂସଦଙ୍କ ପ୍ରତିନିଧି ଭାବେ ରାକେଶ ଓ କୈଳାଶ ମନୋନୀତ
କାକଟପୁର : ଦଳ ପ୍ରତି ତ୍ୟାଗ, ଦୃଢ ସଂଗଠନ, ସଚ୍ଚୋଟ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବା ବ୍ୟକ୍ତିଙ୍କୁ କେବେ ବିଜେପି ନିରାଶ କରେ ନାହିଁ । ବ୍ଲକ୍ ବିଜେପିର ଦୃଢ ସଂଗଠକ କୈଳାଶ ନାୟକ, ଯିଏକି ଦିନରାତି ପରିଶ୍ରମ କରି କାକଟପୁର ବ୍ଲକରେ ଦଳକୁ ମଜଭୁତ କରିଛନ୍ତି । ଯାହାଫଳରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ କୈଳାଶଙ୍କୁ କାକଟପୁର ବ୍ଲକ୍ ସାଂସଦଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ଦେଇଛନ୍ତି । ଶ୍ରୀ ନାୟକ କାକଟପୁର ବ୍ଲକ୍ ସାଂସଦଙ୍କ ପ୍ରତିନିଧି ହେବା ପରେ ତାଙ୍କୁ କାକଟପୁର ବ୍ଲକ୍ ସାଂସଦଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ଦେଇଥିବାରୁ ସାଂସଦ ଶ୍ରୀଯୁକ୍ତ ତରାଇଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି ଅବସରରେ ନବ ନିଯୁକ୍ତ ପ୍ରତିନିଧି ଶ୍ରୀ ନାୟକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେହିପରି ପାଟଳଦା ପଞ୍ଚାୟତ ବଡନାନପଡା ଗ୍ରାମର ଜଣାଶୁଣା ବିଜେପି ଯୁବନେତା ରାକେଶ ବିଶ୍ୱାଳଙ୍କୁ ଜିଲ୍ଲା ସାଂସଦଙ୍କ ପ୍ରତିନିଧି (ସ୍ୱାସ୍ଥ୍ୟ ବିଭାଗ) ଭାବେ ମନୋନୀତ କରାଯାଇଛି । ଏହି ଅବସରରେ ରାକେଶ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ସାଂସଦ ଡ. ବିଭୂପ୍ରସାଦ ତରାଇ ପ୍ରମୁଖଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।