ଅସହାୟ ମହିଳାଙ୍କୁ ଜରି ପାଲ ପ୍ରଦାନ

 ପାରାଦୀପ : ପାରାଦୀପ ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ "ଅସହାୟ କଲ୍ୟାଣ ସମିତି ଟ୍ରଷ୍ଟ’ ପାରାଦୀପ  ପକ୍ଷରୁ ୧୯ ନଂ ୱାର୍ଡରେ ରହୁଥିବା ଜୈନିକା  ଅସହାୟ ମହିଳା ବାସନ୍ତୀ ମାନ୍ନାଙ୍କୁ ଜରି ପାଲ ପ୍ରଦାନ କରାଯାଇଛି । ବର୍ଷା ଦିନରେ ଘରେ ପାଣି ପଶି ଯାଉଥିବାରୁ ମହିଳା ଜଣଙ୍କ ଚଳିବା କଷ୍ଟକର ହୋଇପଡୁଥିଲା । ଖବର ପାଇ ଅସହାୟ କଲ୍ୟାଣ ସମିତି ସଦସ୍ୟ ଓ ସଦସ୍ୟା ସଂପୃକ୍ତ  ମହିଳାଙ୍କ ପାଖରେ ପହଞ୍ଚô ତାଙ୍କ ଘର ପାଇଁ ଜରି ପାଲ ପ୍ରଦାନ କରିଥିଲେ । ଏଥିରେ ସହଯୋଗ କରିଥିଲେ ସମିତିର ମୁଖ୍ୟ ଉପଦେଷ୍ଠା ପ୍ରୀତି ରଞ୍ଜନ ମହାପାତ୍ର, ସଭାପତି ପଞ୍ଚାନନ ବେହେରା, ଉପସଭାପତି ତ୍ରିନାଥ ଗୋଛାୟତ, ସମ୍ପାଦିକା ପ୍ରୀତିରେଖା ନାୟକ, ସହସମ୍ପାଦକ କୈଳାଶ ଗୋଛାୟତ, ରଶ୍ମିତା ସାହୁ, ସୂର୍ଯ୍ୟ ଶିଖା ପଟ୍ଟନାୟକ, ରୀନା ମଲ୍ଲିକ, ମମତା ବିଶ୍ୱାଳ, ରୁନିଆ ଜେନା, ରାଜକିଶୋର ପଳାଉରୀ, ପ୍ରେମଲତା ବାରିକ ପ୍ରମୁଖ ଉପସ୍ଥିତ ରହି ଅସହାୟ ମହିଳାଙ୍କୁ ଜରି ପାଲ ପ୍ରଦାନ କରିଥିଲେ ।