ଦୁର୍ଘଟଣାରେ ଛାତ୍ର ମୃତ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପୁଲିସ ବିଟ୍ ହାଉସ ନିକଟସ୍ଥ କଉଡ଼ିଆ ଛକ ପେଟ୍ରୋଲ ପମ୍ପ୍ରେ ଦୁର୍ଘଟଣା ଘଟି ଜଣେ କଲେଜ ଛାତ୍ର ମୃତୁ୍ୟ ହୋଇଛି । ବାଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ଅଧିନ ବେରୁଆଁ ବାଡ଼ି ଗ୍ରାମର ନିଲୁ ସ୍ୱାଇଁଙ୍କ ପୁତ୍ର ଅରୁଣ ସ୍ୱାଇଁ (୨୧) ଏକ ମଟର ସାଇକେଲ ଯୋଗେ  ଖୋର୍ଦ୍ଧା ର ଏକ ଘରୋଇ କଲେଜ  ଏସିଆନ ସ୍କୁଲ ଅପ ଟେକନୋଲୋଜିରେ ପରୀକ୍ଷା ଥିବାରୁ ଯାଉଥିବା ବେଳେ, ଉକ୍ତ ପେଟ୍ରୋଲ ପମ୍ପ ଠାରେ ଏକ ଗଛରେ  ମାଡ ହୋଇଥିଲେ । ସ୍ଥାନୀୟ ଲୋକତାଙ୍କୁ ବାଣପୁର ହସ୍ପିଟାଲକୁ ପଠାଇଥିଲେ । ଡାକ୍ତର ସେଠାରେ ମୃତ୍ ଘୋଷଣା କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହିତ ପରିବାରର ସମସ୍ତେ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।