ସାଅାଁଳାଶୁଣି ମହୋତ୍ସବ ଉଦ୍ୟାପିତ
ବୈତରଣୀରୋଡ: ସାଆଁଳାଶୁଣି ମକର ମହୋସôବ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କଳା, ସାହିତ୍ୟ, ସଂସ୍କୃତି, ଐତିହ, ପରମ୍ପରା ଓ ଓଡ଼ିଆ ଅସ୍ମିତାକୁ ଉଦ୍ଦଜୀବିତ କରିବାକୁ କରାଯାଇଥିବା ପ୍ରୟାସକୁ ପ୍ରସଂଶା କରିଥିଲେ । ସମ୍ମାନିତଅତିଥି ଭାବେ କୋରେଇ ବିଧାୟକ ଆକାଶଦାସ ନାୟକ ଯୋଗଦେଇ ବିକଶିତ କୋରେଇ ଗଡ଼ିବା ସହ ଏ ସାଅାଁଳା ମାଟିର ସର୍ବାଙ୍ଗିନ ଉନ୍ନତି ତାଙ୍କର ନିରନ୍ତର ଉଦ୍ୟମ ଅବ୍ୟହାତ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ସରପଂଚ ସୁକାନ୍ତି ସାହୁ ଉପସ୍ଥିତ ଥିଲେ । କୋରେଇ ପଂଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ପ୍ରସନ୍ନ କୁମାର ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଗୁନୁଗୁନୁ ସଭା ପରିଚାଳନା କରିଥିଲେ । ଜ୍ୟୋତି ପ୍ରକାଶ ଘଡ଼େଇ ଧନ୍ୟବାଦ ଅର୍ପଣ କରିଥିଲେ ।