ସାମ୍ବାଦିକଙ୍କ ବିୟୋଗରେ ଶୋକ
ବୈଶିଙ୍ଗା : ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସଂଗଠକ ସମସ୍ତଙ୍କ ହୃଦୟକୁ ଜିଣି ପାରି ସଂଘୀୟ ମନୋଭାବ ସୃଷ୍ଟି କରିଥାଏ । ସେ ଜଣେ ଉଚ୍ଚÿ କୋଟିର ସାମ୍ବାଦିକ, କଳିଙ୍ଗ ପେଶାଦାର ସାମ୍ବାଦିକ ସଂଘର ପଥ ପ୍ରଦର୍ଶକ ସାମ୍ବାଦିକ ନୀଳମଣି ସାହୁ ଶୁକ୍ରବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ବରେଣ୍ୟ ସାମ୍ବାଦିକଙ୍କ ବିୟୋଗ ମୟୁରଭଞ୍ଜ ଜିଲା ସାମ୍ବାଦିକଙ୍କ ମନରେ ଗଭୀର ରେଖାପାତ ସୃଷ୍ଟି କରିଛି । ତାଙ୍କର କାର୍ଯ୍ୟକଳାପ ଜିଲା ସାମ୍ବାଦିକ ସଂଘକୁ ପ୍ରଭାବିତ କରିଥିଲା । ତାଙ୍କ ପରିବାରକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସହାୟ ହୁଅନ୍ତୁ । ଏହି ଅବସରରେ ମୟୁରଭଞ୍ଜ ଜିଲା ସାମ୍ବାଦିକ ସଂଘର ସଭାପତି ଅରୁଣ ଓତା, ସାଧାରଣ ସମ୍ପାଦକ ସଞ୍ଜୟ ଅଗ୍ରୱାଲ, ବିଭିନ୍ନ ଉପଖଣ୍ଡର ଉପସଭାପତ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଥିଲେ ।