ସାମ୍ବାଦିକ କହି ଶିକ୍ଷକଙ୍କୁ ଚାନ୍ଦା ମାଗିଲେ
ଦଶପଲ୍ଲା: ନୟାଗଡ଼ ଜÿିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଡି ପଂଚାୟତ ପ୍ରଧାନପଡା ସେବାଶ୍ରମ ସ୍କୁଲରେ ଜଣେ ଖବର କାଗଜ ବିତରକ ସାମ୍ବାଦିକଙ୍କ ନାନେଇ ଚାନ୍ଦା ମାଗିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଥିସହ ଗ୍ରାମ ବାସୀଙ୍କ ରୋସର ଶିକାର ହୋଇଛନ୍ତି । ପ୍ରଧାନ ପଡା ଆଶ୍ରମ ସ୍କୁଲ ବିରୁଦ୍ଧରେ ଏକ ପ୍ରମୁଖ ଖବର କାଗଜରେ ଲଗାତାର ଭାବେ ଖବର ପ୍ରକାଶ ପାଇଥିଲା । ଶନିବାର ଦିନ ଖବର କାଗଜ ବିତରକ ପ୍ରଧାନପଡା ବିଦ୍ୟାଳୟରେ ପଂହଁଞ୍ଚି ଶିକ୍ଷକ ଙ୍କୁ ୫୦ ହଜାର ଟଙ୍କା ଚାନ୍ଦା ମାଗିଥିଲେ । ଏହାକୁ ନେଇ ଶିକ୍ଷକ ବୈକୁଣ୍ଠ ନାୟକ ଏବଂ ବିତରକ ଟୁକୁନା ସାହୁଙ୍କ ମଧ୍ୟ୍ୟରେ ପ୍ରବଳ ଯୁକ୍ତି ତର୍କ ପାଟିତୁଣ୍ଡ ହୋଇଥିଲା । କାହିଁକି ମୁଁ ୫୦ ହଜାର ଦେବୀ, ତମକୁ କିଏ ପଠାଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ବୈକୁଣ୍ଠ । ଏହି ଖବର ସ୍ଥାନୀୟ ଗ୍ରାମ ବାସି ଶୁଣିବା ପରେ ସମସ୍ତେ ବିଦ୍ୟାଳୟରେ ପଂହଁଚି ଉକ୍ତ ଯୁବକଙ୍କୁ ଅଟକ ରଖି ପ୍ରବଳ ମାଡ ମାରିଥିବା ଜଣାପଡିଛି । ମାଡ଼ ଖାଇବା ପରେ ଦଶପଲ୍ଲା ରୁ ଜଣେ ସାମ୍ବାଦିକ ତାଙ୍କୁ ଚାନ୍ଦା ମାଗିବାକୁ ପଠାଇଥିବା ସେ ସ୍ୱୀକାର କରିଥିଲେ । ପୋଲିସ ଘଟନସ୍ଥଳରେ ପହଁଞ୍ଚି ଯୁବକ ଙ୍କୁ ଉଠାଇ ଆଣିଥିଲେ । ବୈକୁଣ୍ଠ ନାୟକ ଏ ନେଇ ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।