ସାମ୍ବାଦିକ ସଂଘ ଓ ପୁଲିସ ପ୍ରଶାସନ ପକ୍ଷରୁ ଜଳଛତ୍ର

 କେନ୍ଦ୍ରାପଡା: ଡେରାବିଶ ବ୍ଲକର ଛତା ଛକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହକୁ ଦୃଷ୍ଟିରେ ରଖି ଆଜି ଦ୍ୱିତୀୟ ଦିନରେ ରାଜ୍ୟ ସାମ୍ବାଦିକ ସଂଘ ଓ ଡେରାବିଶ ପୁଲିସ ପ୍ରଶାସନ ତରଫରୁ ଜଳ ଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଅଜୟ କୁମାର ରାଉତ ଯୋଗଦାନ କରି ସମସ୍ତଙ୍କୁ ଉସôାହିତ କରିବାସହ ପଥଚାରୀ ଓ ବସରେ ଆସୁଥିବା ଯାତ୍ରୀମାନଙ୍କୁ  ବସ ଅଟକାଇ ଜଳ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା  । ଶ୍ରୀ ରାଉତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହି ଆଜିର ଜଳଛତ୍ରରେ ପାଖାପାଖି ବାରସହରୁ ଉଦ୍ଧ୍ୱର୍ ପଥଚାରୀ ଓ ବସଯାତ୍ରୀଙ୍କୁ ଜଳପାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ଦୈତାରୀ ଜେନା ସତ୍ୟଜିତ ଲେଙ୍କା, ପ୍ରଫୁଲ୍ଲ ମଲ୍ଲ, ସର୍ବେଶ୍ୱର ମଲ୍ଲିକ, ହରିଶଙ୍କର ସାହୁ, ଅମୀୟ ପରିଡା, ବିପିନ ବିହାରୀ ଭଦ୍ର, ସନ୍ତୋଷ ପୋଥାଳ, ନିହାରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଜଳ ବଣ୍ଟନ କରିଥିଲେ  ।