ସାରା ରାଜ୍ୟରେ ଅପରେସନ ଗରୁଡ଼
ଭୁବନେଶ୍ୱର : ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିଦେ୍ର୍ଦଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ଏସପିଙ୍କ ନେତୃତ୍ୱରେ ଅପେରସନ"ଗରୁଡ଼" ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଚଳିତ ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ( ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ସୂଚନା ଦେଇଛନ୍ତି । ଅପରାଧ ଏବଂ ଅପରାଧୀଙ୍କ ଉପରେ ରୋକ ଲଗାଇବାକୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (ଏନବିଡବ୍ଲୁ)କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଏହି ଅପରେସନର ପ୍ରଥମ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଅପରେସନ ଗରୁଡରେ ୩୧୮୯ଟି ଏନବିଡବ୍ଲୁ କାର୍ଯ୍ୟକାରୀ ହୋଇଥିବା ବେଳେ ୮୯୦ଟି ଅବକାରୀ ମାମଲା ସହ ୧୭୦୬୯.୫୫ ଲିଟର ମଦ ଜବତ ହୋଇଛି । ସେହିପରି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ସେଥିମଧ୍ୟରେ ୫୧ ଅସ୍ତ୍ରଶସ୍ତ୍ର, ୯୫ ଗୁଳିଗୋଳା ଏବଂ ୧,୪୫,୫୦୦ ଟଙ୍କା ରହିଛି । ଗଞ୍ଜେଇ ଜବତ ସହିତ ଏନଡିପିଏସ୍ ମାମଲାରେ ୧୧ଟି ମାମଲା ସହିତ ୮୮୮ କିଲୋଗ୍ରାମ ଗଞ୍ଜେଇ ଏବଂ ୬୮.୫୭ ଗ୍ରାମ ବ୍ରାଉନସୁଗାର,୦୨ଟି କାର ଏବଂ ୬୩,୭୫୦ ଟଙ୍କା ଜବତ ହୋଇଛି । ଜୁଆ ମାମଲାରେ ୧୧ଟି ମାମଲା ସହିତ ୨,୭୯,୪୮୫ ଟଙ୍କା ଓ ୧୨୯ ଜଣ ଅପରାଧୀ ଗିରଫ ହୋଇଛନ୍ତି ଏବଂ ନିଶା ଶକ୍ତ ଅବସ୍ଥାରେ ଗାଡି ଚାଳନା ପାଇଁ ୧୧୫ ମାମଲା ରୁଜା ହୋଇଥିବା ବେଳେ ୧୧୫ଟି ଗାଡି ଜବତ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କ୍ଷେତ୍ରରେ ଗଞ୍ଜାମ ପୁଲିସ ଜିଲ୍ଲା ୧୦ ଟି ବନ୍ଧୁକ ଜବତ କରିବା ସହ ୧୩ ଜଣଙ୍କୁ ଗିରଫ କରିଛି । ସେହିପରି ରାଉରକେଲା ପୁଲିସ ଜିଲ୍ଲା ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତା' ନିକଟରୁ ଏକକାଳୀନ ୧୦ ଟି ବନ୍ଧୁକ ଜବତ କରିଛି । ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୁଲିସ ପ୍ରତିଶୃତିବଦ୍ଧ । ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ଏହିପରି ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଇନ ଓ ଶୃଙ୍ଖଳା) ସଂଜୟ କୁମାର କହିଛନ୍ତି ।