ସାର୍ବଜନୀନ ଭାଷଣ ଓ ନେତୃତ୍ୱ ଉକ୍ରର୍ଷତାକୁ ପ୍ରୋତ୍ସାହନ 

ଭୁବନେଶ୍ୱର : ଟୋଷ୍ଟମାଷ୍ଟର୍ସ କମୁ୍ୟନିଟି କ୍ଲବ୍ ପକ୍ଷରୁ ଭୁବନେଶ୍ୱର ଉନ୍ନୟନ ସଂଶାଧନ ପ୍ରଶିକ୍ଷଣ କେନ୍ଦ୍ରରେ ଏହାର ପ୍ରମୁଖ ବାର୍ଷିକ ଇଭେଣ୍ଟ ସ୍ପିକଫେଷ୍ଟ ୨୦୨୫ ଆୟୋଜିତ ହୋଇଯାଇଛି । ସାର୍ବଜନୀନ ଭାଷଣଉପରେ ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶାର ଗୋଷ୍ଠୀଙ୍କ ପାଇଁ ଇଣ୍ଟରାକ୍ଟିଭ କାର୍ଯ୍ୟକଳାପ ସହିତ ଶିକ୍ଷଣଏବଂନେଟୱାର୍କିଙ୍ଗର ଏକ ସମ୍ମିଶ୍ରଣଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେଲୁମିନସ୍ ଇନଫୋୱେଜର ସହପ୍ରତିଷ୍ଠାତା ଜୟଶ୍ରୀ ମହାନ୍ତି, ଟିସିଏସ୍ ଏବଂ ଟାଟା ଷ୍ଟିଲ୍ରେଟୋଷ୍ଟମାଷ୍ଟର୍ସ କ୍ଲବ୍ ସଦସ୍ୟ ଦୁର୍ଗା ପ୍ରସାଦ ଗୌଡ଼ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ଯୋଗାଯୋଗ କୌଶଳର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ଦର୍ଶକମାନେ ବୃତ୍ତିଗତ ବକ୍ତାଙ୍କ ଦ୍ୱାରା ଅପ୍ରତ୍ୟାଶିତ ଭାଷଣ ଦେବା, ନେତୃତ୍ୱ ଦକ୍ଷତା ହାସଲ ଯାତ୍ରାରେ ଆଗକୁ ବଢିବା  ଇତ୍ୟାଦି ବିଷୟ ଉପରେ ଶିକ୍ଷାଗତ ଅଧିବେଶନର ଅନୁଭବ କରିଥିଲେ ।