ପାଣିରେ ବୁଡି ଯୁବତୀ ମୃତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି । ପାଣିରେ ବୁଡି ଜଣେ ଭିନ୍ନକ୍ଷମ ଯୁବତୀଙ୍କ ମୃତୁ୍ୟ ହୋଇଛି । ଯୁବତୀଙ୍କ ମୃତୁ୍ୟକୁ ନେଇ ଗାଁ ରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଏହି ନୂଆପଦର ଗାଁ ର ସନ୍ତୋଷ ବେହେରାଙ୍କ ବଡ଼ ଝିଅ ପ୍ରିୟଙ୍କା ବେହେରା (୧୮) ଜନ୍ମରୁ ଅନ୍ଧ । ଯୁବତୀ ଜଣକ ସକାଳୁ ନିଜ ମା ନଳିନୀ ବେହେରାଙ୍କ ସହ ଗାଁ ପାଖରେ ଥିବା ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୁଆ ତୁଠରେ ଝିଅକୁ ଛାଡି ମା ବନ୍ଧକୁ ଯାଇଥିବା ବେଳେ ଯୁବତୀ ଜଣକ ପାଣିରେ ବୁଡି ଯାଇଥିଲେ । ମା ଆସିବା ପରେ ଯୁବତୀ ଜଣକ ପାଣିରେ ଭାସୁଥିବା ଦେଖି ମା ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀଙ୍କ ସହଯୋଗ ରେ ଯୁବତୀଙ୍କୁ ପାଣିରୁ ଉଦ୍ଧାର କାରି ନୂଆପଦର ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲା, କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଫିରିଙ୍ଗିଆ ପୋଲିସ ମେଡିକାଲରେ ପହଞ୍ଚô ଶବ ଜବତ କରିବା ସହ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନାଧିକାରୀ ଗୋପୀନାଥ ବେହେରା ।