ସାଲେପୁର ଫାର୍ମାସୀ କଲେଜର ବାର୍ଷିକୋତ୍ସବ
ସାଲେପୁର : ସାଲେପୁର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଫାର୍ମାସୀ ଆଣ୍ଡ୍ ଟେକ୍ନୋଲୋଜିର ୪୨ତମ ବାର୍ଷିକ ଉତ୍ସବ ସେଲେଷ୍ଟିଆ-୨୦୨୫ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ପ୍ରଫେସର ଡଃ ପ୍ରବୀର କୁମାର ସିହ୍ନା ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ରୂପେ ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ରିହାବିଲିଏସନ୍ ଟ୍ରେନିଂ ଆଣ୍ଡ୍ ରିସର୍ଚ୍ଚ ଅନୁଷ୍ଠାନ ଓଲଟପୁରର ନିଦେ୍ର୍ଦଶକ ଡଃ ପତିତପାବନ ମହାନ୍ତି ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ଫାର୍ମାସିଷ୍ଟମାନଙ୍କର ସମାଜ ପ୍ରତି ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ରମାଦେବୀ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡଃ ସଂଘମିତ୍ରା ଭଞ୍ଜ ଯୋଗଦେଇ ସେବା ଓ କର୍ମ ହିଁ ମାନବ ଜୀବନର ପରମଧର୍ମ ବୋଲି କହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଅନୁଷ୍ଠାନର ପରିଚାଳନା କମିଟି ସଭ୍ୟ ଡଃ ମହେନ୍ଦ୍ର କୁମାର ମହାନ୍ତି, ପୃଥିବୀବଲ୍ଲଭ ପଟ୍ଟନାୟକ, ସତ୍ୟନାରାୟଣ ଦାଶ, ଭାରତ ଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ପରିଚାଳନା କମିଟିର ସଭାପତି ପ୍ରଫେସର ଦେବୀପ୍ରସାଦ ଦାଶ ଅତିଥିମାନଙ୍କ ସହିତ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ପ୍ରତିଷ୍ଠାତା ଜଷ୍ଟିସ୍ ଯୁଗଳ କିଶୋର ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଆନ୍ଥେମ୍ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଡଃ ପ୍ରବୀର କୁମାର ସିହ୍ନା ମହାପାତ୍ର ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ାରେ ପାରଦର୍ଶିତା ଲାଭ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉତ୍ସବର ମୁଖ୍ୟ ପରିଚାଳକ ଡଃ ଅଶ୍ୱିନୀ କୁମାର ସେନାପତି ଧନ୍ୟବାଦ ଦେଇଥିବାବେଳେ ଅଧ୍ୟାପିକା ଶ୍ୟାମଳୀ ଶତପଥି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ଉତ୍ତରୀୟ ଓ ମେମେଣ୍ଟୋ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ବିଭିନ୍ନ ଚିତ୍ତାକର୍ଷକ ନୃତ୍ୟଗୀତ ପରିବେଷଣ କରାଯାଇଥିଲା ।