ସାହାଣୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନ : ଭଦ୍ରକ, ଝାରସୁଗୁଡ଼ା ବିଜୟୀ

 ରାଜକନିକା: ରାଜକନିକା ଠାରେ ଚାଲିଥିବା ୬୪ ତମ ସିନିଅର ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ଟୁର୍ନାମେଣ୍ଟର ୩ୟ ଦିନରେ ପହଞ୍ଚôଛି । ଆଜି ପ୍ରଥମ ମ୍ୟାଚ ଭଦ୍ରକ ଓ ଜଗତସିଂହପୁର ମଧ୍ୟରେ ହୋଇଥିବା ବେଳେ ଏଥିରେ ଭଦ୍ରକ ୨-୦ ଗୋଲରେ ବିଜୟ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ବଂଶୀଧର ରାଉତ, ସମ୍ମାନିତଅତିଥି ଭାବେ ଫାଓରୁ ଚୟନକର୍ତ୍ତା ଥିବା ମଣ୍ଟୁ ନାୟକ ଓ କାର୍ତ୍ତୀକ ବେହେରା ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ ଝାରସୁଗୁଡା କେନ୍ଦ୍ରାପଡ଼ାକୁ ଭେଟିଥିବା ବେଳେ ଏଥିରେ ଝାରସୁଗୁଡା ୬ - ୧ ଗୋଲରେ ବିଜୟୀ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡାଧିକାରୀ ଲୋକନାଥ ପାଣିଗ୍ରାହୀ, ସମ୍ମାନିତଅତିଥି ଭାବେ ଷ୍ଟେଟ ବ୍ୟାଙ୍କ ରାଜକନିକା ଶାଖା ପରିଚାଳକ ସୂର୍ଯ୍ୟ ନାରାୟଣ ବେହେରା, ସମାଜସେବୀ ପ୍ରଦୀପ୍ତ ପଲାଇ, ଜିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ସୟଦ ଅକମଲ ଅଲ୍ଲି ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ରାଜକନିକା ଆଥଲେଟିକ ଆସୋସିଏସନର ସଭାପତି ଦୋଳ ଗୋବିନ୍ଦ ନାୟକ, ଉପସଭାପତି କପିଳେନ୍ଦ୍ର ମଲ୍ଲିକ, ସାଧାରଣ ସମ୍ପାଦକ ଅଜୟ ନାୟକ, କୋଷାଧକ୍ଷ ଦେବେନ୍ଦ୍ର ନାୟକ, ମିଡ଼ିଆ ସମ୍ପାଦକ ଅଜୟ ରାଉତ, ପ୍ରାକ୍ତନ ଜିଲ୍ଲା ପରିଷଦ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।