ସିଆରପିଏଫ୍ ଗ୍ରୁପ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

ସମ୍ବଲପୁର : ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ ସିଆରପିଏଫର ସମ୍ବଲପୁର ଗ୍ରୁପ୍ କେନ୍ଦ୍ର ପକ୍ଷରୁ କଲାମାଟି ଏବଂ ପାର୍ଶ୍ୱବର୍ତ୍ତୀ ଗୋଶଲା ଓ ନିକଟସ୍ଥ ଗ୍ରାମବାସୀଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏଥିରେ ଡେପୁଟି ଇନ୍ସପେକ୍ଟର ଜେନେରାଲ ସଞ୍ଜୟ କୁମାର ସିଂ, ମେଡିକାଲ୍ ଅଫିସର ଏବଂ ତାଙ୍କ ଟିମ୍ ୧୬୮ରୁ ଅଧିକ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଗ୍ରାମବାସୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଏବଂ ସେମାନଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ଯୋଗାଇବା ପାଇଁ ଏହି ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିର ସମୟରେ ସାଧାରଣ ରୋଗ ପାଇଁ ପରୀକ୍ଷା, ପରାମର୍ଶ ଏବଂ ପ୍ରାଥମିକ ଚିକିତ୍ସା ପାଇଁ ସୁବିଧା ଉପଲବ୍ଧ କରାଯାଇଥିଲା