ସିପିଆଇଏମର ଜିଲ୍ଲା ସମ୍ମିଳନୀ ଉଦ୍ୟାପିତ

 ରାଜକନିକା: ଦରଦାମ ନିୟନ୍ତ୍ରଣ କରିବା, ବେକାରୀଙ୍କୁ ନିଯୁକ୍ତି ଦେବା ସହିତ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ କରିବା, ଚାନ୍ଦବାଲି-କେନ୍ଦ୍ରାପଡା ରେଳ ସଂଯୋଗ କରିବା, ୟୁକୋ ଜୋନକୁ ପ୍ରତ୍ୟାହାର କରିବା ଦାବିରେ ସିପିଆଇ(ଏମ୍)ର ୧୧ଶ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ମିଳନୀ ଉଦଯାପିତ ହୋଇଯାଇଛି । ସମ୍ମିଳନୀ ଆରମ୍ଭରେ ପାର୍ଟିର ବରିଷ୍ଠ ନେତା ଉମେଶ ଚନ୍ଦ୍ର ସିଂହ ଆରମ୍ଭ ରେ ପତାକା କରିଥିଲେ ।ସହିଦ ବେଦିରେ ପୁଷ୍ପମାଲ୍ୟ ଅର୍ପଣ ପରେ ନେତା ବାବାଜୀ ପରିଡାଙ୍କ ନାଁରେ ନାମିତ ମଞ୍ଚରେ ଘରୋଇ ଅଧିବେଶରେ ଜଗତଜୀବନ ଦାଶ, ନଳିନୀପ୍ରଭା ତରାଇ,ସୋମନାଥ ବିଶ୍ୱାଳଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସଭା ପରିଚାଳନା କରିଥିଲେ । ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଜମେଶ୍ୱର ସାମନ୍ତରାୟ । ଜିଲ୍ଲା ସମ୍ପାଦକ ଗୟାଧର ଧଳ ଗତ ୩ବର୍ଷର ସାଙ୍ଗଠନିକ ରିପୋର୍ଟ ପାଠ କଲାପରେ ଉପସ୍ଥିତ ପ୍ରତିନିଧିମାନେ ଆଲୋଚନା ଆଲୋଚନା ଆରମ୍ଭ ହୋଇଥିଲା । ଆସନ୍ତା ତିନିବର୍ଷ ପାଇଁ ଏକ ୯ଜଣିଆ ଜିଲ୍ଲା କମିଟି ନିର୍ବାଚିତ କରିଛି । ଗୟାଧର ଧଳ ସମ୍ପାଦକ ଓ ଜଗତ ଜୀବନ ଦାଶ, ନରୋତ୍ତମ ପାର୍ଥସରଥୀ, ଧୀବର ବେହେରା, ନଳିନିପ୍ରଭା ତରାଇ, ନବକିଶୋର ସୂତାର, ରନôଞ୍ଜୟ ମଲ୍ଲିକ, ଭୀମସେନ ବେହେରା, ସୋମନାଥ ବିଶ୍ୱାଳ ନିର୍ବାଚିତ ହୋଇଛନ୍ତି । ଜୀବନବ୍ୟାପୀ ଜନଗଣଙ୍କ ଦାବିକୁ ନେଇ ଆନେ୍ଦାଳନ କରିଥିବା ବରିଷ୍ଠ କୃଷକ ନେତା ଗଙ୍ଗାଧର ମଲ୍ଲିକ, ଦାମୋଦର ଧଳଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ପ୍ରଦାନ କରାଯାଇଥିଲା ।ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ଅଭ୍ୟର୍ଥନା କମିଟିର ଚେୟାରମ୍ୟାନ କାଳିପ୍ରସଦ ନାୟକ, ଧନେଶ୍ୱର ରାଉତ, ମୃତୁ୍ୟଞ୍ଜୟ ସାମଲ, କିଶୋର ସାହୁ, ରମାକାନ୍ତ ବେହେରା,ନୃସିଂହ ତରାଇ, ବାସନ୍ତୀ ରାଉତ ପ୍ରମୁଖ ନେତୃତ୍ୱ ନେଇଥିଲେ ।ଉଦଯାପନୀ ବକ୍ତବ୍ୟ ରଖିଥିଲେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ବଦ୍ରିନାରାୟଣ ଦାଶ ।