ପାରାଦୀପ ଗଡ଼ରେ ସ୍ୱାସ୍ଥ୍ୟ ମେଳା

 ପାରାଦୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ପାରାଦୀପ ଗଡ ଗ୍ରାମ ପଞ୍ଚାୟତରେ ପାରାଦୀପ ତୈଳ ବିଶୋଧନାଗାର ସହାୟତାରେ ପଞ୍ଚାୟତ ଭବନ ପରିସରରେ ଏକ ମେଗା ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଟିତ ହୋଇଯାଇଛି  । ଉକ୍ତ ସ୍ୱାସ୍ଥ୍ୟସେବା ଶିବିରରେ ଡାକ୍ତର ତାରଶଙ୍କର ରଥ ଓ ଡାକ୍ତର ରୋହନ ପ୍ରିତମ ପରିଡ଼ା ଯୋଗଦେଇ ୨୭୭ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ଯୋଗାଇ ଦେଇଥିଲେ  । ଉକ୍ତ କାର୍ଯ୍ୟକ୍ରମକୁ ସରପଞ୍ଚ ସସ୍ମିତା ବେହେରା ଉଦ୍ଘାଟନ କରିଥିଲେ  । ଉକ୍ତ ଶିବିରକୁ ଷ୍ଟାଫ୍ ନର୍ସ ଭାଗ୍ୟବତୀ ଚୌଧୁରୀ, ଉମା ମଣ୍ଡଳ, ଫାର୍ମାସିଷ୍ଟ ଏମଡି ଅପ୍ତବ୍ ଆଲମ୍ ଖାଁ,  ହିମାଂଶୁ ଶେଖର ସେଠୀ, ଶୁଭେନ୍ଦୁ ସ୍ୱାଇଁ, ନିର୍ମଳ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସଂଯୋଜନା କରିଥିଲେ  । ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହକ୍ଷରଥା, ପ୍ରଭାତ କୁମାର ସାହୁ, ସନ୍ତୋଷ ଦୋରା, ପଞ୍ଚାନନ ମାଝୀ, ତୁଳସୀ ବାରିକ ପ୍ରମୁଖ ଉପସ୍ଥିତଥିଲେ  । ପ୍ରତି ମାସରେ ଏହିପରି ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରାଯିବ ବୋଲି ସରପଞ୍ଚ ସସ୍ମିତା ବେହେରା ପ୍ରକାଶ କରିଥିଲେ  ।