ସିପିଆଇଏମ୍ କମିଟି ବୈଠକ
ତିହିଡ଼ି : ମତୋ ବାସନ୍ତି ଭବନଠାରେ ଚାନ୍ଦବାଲି ଆଞ୍ଚଳିକ କମିଟି ବୈଠକ ବରିଷ୍ଠ ସିପିଆଇଏମ୍ ନେତା ସୃଷ୍ଟିଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟି ଶ୍ରମିକ ବିରୋଧୀ ଶ୍ରମ କାର୍ଡ ବାତିଲ, ବିଜେପି ଶାସିତ ବିଭିନ୍ନ ରାଜ୍ୟରେ ଚାଷୀ ବିରୋଧୀ କୃଷି ଆଇନ ବାତିଲ, ଅତ୍ୟାବଶ୍ୟକ ସାମଗ୍ରୀର ଦର କମାଇବା, ଏମଏନଆର ଇଜିଏସ୍ ଯୋଜନାରେ ବର୍ଷକୁ ମୂଲିଆଙ୍କୁ ଦୁଇଶହ ଦିନର କାମ ଓ ଦୈନିକ ଛଅ ଶହ ଟଙ୍କା ମଜୁରୀ ପ୍ରଦାନ, ଆୟୁଷ୍ମାନ ଯୋଜନାରେ ଚାନ୍ଦବାଲି ବ୍ଲକର ସମସ୍ତ ପରିବାରକୁ ସାମିଲ କରିବା, ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ସମସ୍ତ ବୃଦ୍ଧ ବ୍ୟକ୍ତିଙ୍କୁ ମାସିକ ଭତ୍ତା ସର୍ବନିମ୍ନ ତିନି ହଜାର ଟଙ୍କା ପ୍ରଦାନ, ସମସ୍ତ ଲୋକଙ୍କୁ ମାସିକ ତିନି ଶହ ୟୁନିଟ ବିଜୁଳି ମାଗଣାରେ ଯୋଗାଇ ଦେବା ଆଦି ଦାବିନେଇ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ସିପିଆଇ(ଏମ) ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ମଳୟ ଭୋଇ, ଚାନ୍ଦବାଲି ଆଞ୍ଚଳିକ କମିଟି ସମ୍ପାଦକ ଗୌରାଙ୍ଗ ଜେନା, ଚାନ୍ଦବାଲି ଆଞ୍ଚଳିକ କମିଟି ସଭ୍ୟ ପ୍ରତାପ ମହାଳିକ, ବ୍ରହ୍ମାନନ୍ଦ ପରିଡା, ଚକ୍ରଧର ଦାସ, ଶଙ୍କର୍ଷଣ ବିଶ୍ୱାଳ, ଗଙ୍ଗାଧର ମହାଳିକ ପ୍ରମୁଖ ଯୋଗଦେଇଥିଲେ । ଏହି ସଭାରେ ମୂଲିଆଙ୍କ ବିଭିନ୍ନ ଦାବିନେଇ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ଅପ୍ରେଲ ୧୭ରିଖରେ ବିକ୍ଷୋଭ ଓ ଶ୍ରମିକ ବିରୋଧୀ ଶ୍ରମକୋର୍ଡ ବିରୁଦ୍ଧରେ ଆସନ୍ତା ମେ ୨୦ରିଖରେ ଧର୍ମଘଟକୁ ସଫଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।