ସିପିଆଇର ବୈଠକ
ନୀଳଗିରି: ନୀଳଗିରି ଉପଖଣ୍ଡ ବନମାଳୀ ଭବନ ସଭାଗୃହରେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି(ସିପିଆଇ)ର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ବରିଷ୍ଠ ବର୍ଷିଆନ ନେତା କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିବାବେଳେ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ସହ ସମ୍ପାଦକ ଭାଗବତ ପ୍ରତିହାରୀ ବିଧାୟକ ପ୍ରାର୍ଥୀ ଅଜୟ କୁମାର ପଟ୍ଟନାୟକ, ଶ୍ରମିକ ନେତା ମାୟାଧର ନାୟକ, ଉକôଳ ମହିଳା ସମିତି ପୂର୍ବତନ ରାଜ୍ୟ ସମ୍ପାଦିକା ପ୍ରଭାବତୀ ଦାସ, ଜିଲ୍ଲା ସଭାପତି ବନ୍ଦନା ବିଶ୍ୱାସ, ଜୋନ ସମ୍ପାଦକ ବିଜୟ ସ, ଭଗବାନ ପଣ୍ଡା, ଦେବେନ୍ଦ୍ର ଜେନା, ହରେକୃଷ୍ଣ ପଣ୍ଡିତ, ଯୁବ ନେତୃତ୍ୱ ନିହାର ଜେନା, ଯତୀନ ପାତ୍ର ପ୍ରମୁଖ ଉପସ୍ଥିତ ରହି ନୀଳଗିରିରେ ଶତବାର୍ଷିକୀ ସହିତ ନୀଳଗିରି ଗଡଜାତ ସ୍ୱାଧୀନତାର ଅନନ୍ୟ ସଂଗ୍ରାମୀ ବନମାଳୀ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ଆସନ୍ତା ୨୫ ଫେବୃଆରୀରେ ପାଳନ ହେବାକୁ ଥିବା ବେଳେ ଏ ନେଇ ପ୍ରସ୍ତୁତି ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ଈକୋ ସେନସିଟିଭ ଜୋନ ପାଇଁ ପ୍ରଭାବିତ ରାଜସ୍ୱ ଗ୍ରାମ, ପଞ୍ଚାୟତ, ବ୍ଲକ ମାନଙ୍କରେ ସଚେତନତା ସୃଷ୍ଟି କରିବା ନେଇ ଆଗାମୀ ଦିନରେ ନୀଳଗିରି, ସୋର, ଔପଦା, ଖଇରା ବ୍ଲକର ବିଭିନ୍ନ ବଜାରଛକମାନଙ୍କରେ ସଚେତନତା ସଭାର ଆୟୋଜନ କରିବା ନେଇ ସୂଚନା ମିଳିଛି ।