ବ୍ରିଗେଡ ସ୍କୁଲର ବାର୍ଷିକୋତ୍ସବ
ସାରସକଣା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଝାରପୋଖରୀଆ ସ୍ଥିତ ଓଡିଶା ବ୍ରିଗେଡ ସ୍କୁଲ ପରିସରରେ ମହାଆଡମ୍ବରରେ ବାର୍ଷିକୋତ୍ସବ ବ୍ରିଗେଡ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ମ୍ୟାନେଜିଂ ଟ୍ରଷ୍ଟି ହୃଷିକେଶ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀ ସତ୍ୟସାଇ ସେବା ସଂଗଠନ ମୟୁରଭଞ୍ଜ ଜିଲ୍ଲା ସଭାପତି ବିଶ୍ୱରଂଜନ ସାହୁ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟର ସଭାପତି ବସନ୍ତ କୁମାର ସେଠୀ, ମିନତୀ ସେଠୀ, ତଥା ମ୍ୟାନେଜିଂ ଟ୍ରଷ୍ଟି, ଶ୍ରୀ ସତ୍ୟସାଇ ବିଦ୍ୟାବିକାଶ ଏଜୁକେଶନାଲ୍ ଚାରିଟେବଲ୍ ଟ୍ରଷ୍ଟ, ବାରିପଦାର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷକ ରଜତ କୁମାର ବସା ଏବଂ ଶିକ୍ଷୟିତ୍ରୀ ମାଧୁରୀ ରାଜ୍ ଅତିଥି ସ୍ୱାଗତ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ସ୍ୱାଗତ ସମ୍ଭାଷଣ ଦେଇଥିଲେ ଓଡିଶା ବ୍ରିଗେଡ୍ ସ୍କୁଲର ଶିକ୍ଷୟିତ୍ରୀ ନମିତା ଦଣ୍ଡପାଟ, ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷୟିତ୍ରୀ ସଙ୍ଘମିତ୍ରା ରଣା । ସ୍କୁଲ୍ ବାର୍ଷିକ ବିବରଣୀ ପାଠ ଉପାଧ୍ୟକ୍ଷ ପ୍ରକୃତି ମହାନ୍ତ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ଓଡିଶା ବ୍ରିଗେଡ୍ ସ୍କୁଲ୍ ଅଧ୍ୟକ୍ଷା ମିତାଞ୍ଜଳୀ ଶାମଲ କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଶତାଧିକ ଅଭିଭାବକ ଓ ଭଦ୍ରମଣ୍ଡଳୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।