ସିସିଟିଭି ପ୍ରକଳ୍ପ ଉଦ୍ଘାଟିତ
ସାଲେପୁର: ଗ୍ରାମାଞ୍ଚଳରେ ଅପରାଧ ନିୟନ୍ତ୍ରଣ ଓ ଅପରାଧୀମାନଙ୍କ ଉପରେ କଡ଼ା ନଜର ରଖିବା ସହ ଟ୍ରାଫିକ୍ ବ୍ୟବସ୍ଥା କଣ୍ଟ୍ରୋଲ ପାଇଁ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ପ୍ରଥମ କରି ସାଲେପୁର ଠାରେ ଆରମ୍ଭ ହୋଇଛି ମୋ ପୁଲିସ ସିସିଟିଭି ଭିଜନ୍ ବ୍ୟବସ୍ଥା ବା ସମର୍ଥନ ବ୍ୟବସ୍ଥା । ପ୍ରଥମ କରି କଟକ ଜିଲ୍ଲା ସାଲେପୁର ଆଦର୍ଶ ଥାନା ଅଞ୍ଚଳରେ ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ଏହି ସମର୍ଥନ ବ୍ୟବସ୍ଥାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନେ୍ଦ ଓ କଟକ ଗ୍ରାମାଞ୍ଚଳ ଏସ୍ପି ପ୍ରତୀକ ସିଂହ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସାଲେପୁର ଆଦର୍ଶ ଥାନା ଅଞ୍ଚଳରେ ମୁଖ୍ୟତଃ ବିଭିନ୍ନ ବଜାରରେ ବିଶେଷ କରି ପ୍ରଥମ ପର୍ଯ୍ୟାୟରେ ସାଲେପୁର ସହର, ରାଇସୁଙ୍ଗୁଡ଼ା ଓ ନାନେ୍ଦାଳ ସମେତ ବିଭିନ୍ନ ସନେ୍ଦହପୂର୍ଣ୍ଣ ସ୍ଥାନରେ ୧୬ଗୋଟି ସିସିଟିଭି କ୍ୟାମେରା ଲଗାଯାଇଛି । ଏହା ସିଧାସଳଖ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କ କାର୍ଯ୍ୟାଳୟରେ କଣ୍ଟ୍ରୋଲ କରାଯିବା ସହ ସମସ୍ତ ଘଟଣା ଉପରେ ନଜର ରଖାଯିବ । ପରବର୍ତ୍ତୀ ମୁହୁର୍ତ୍ତରେ ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଞ୍ଚଳରେ ସମର୍ଥନ ବ୍ୟବସ୍ଥା ଆରମ୍ଭ ହେବାର ଲକ୍ଷ୍ୟ ରଖାଯାଇଥିବା ଗ୍ରାମାଞ୍ଚଳ ଏସ୍ପି ପ୍ରକାଶ କରିଛନ୍ତି । ତେବେ ଏହି ସମର୍ଥନ ବ୍ୟବସ୍ଥା ପୁଲିସ ଓ ଜନସାଧାରଣଙ୍କ ସମର୍ଥନରେ ଚାଲିବ ବୋଳି ସୂଚନା ମିଳିଛି । ସାଲେପୁର ପୁଲିସକୁ ଏହି ବ୍ୟବସ୍ଥା ପାଇଁ ଯେଉଁ ବ୍ୟବସାୟ ପ୍ରତିଷ୍ଠାନର ବ୍ୟକ୍ତି ବିଶେଷମାନେ ସହଯୋଗ କରିଥିଲେ ସେମାନଙ୍କୁ ଜିଲ୍ଲାପାଳ ଓ ଏସ୍ପି ସମ୍ବର୍ଦ୍ଧିତ କରିଥିଲେ । ସାଲେପୁର ଆଇଆଇସି ମନୋଜ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସ୍ଡିପିଓ ନିହାର ରଂଜନ ପ୍ରଧାନ ଯୋଗ ଦେଇଥିବା ବେଳେ ବହୁ ବ୍ୟବସାୟୀ ଓ ବଜାର କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।