ସୀମାନ୍ତରେ ୬ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି: ମାଓ ସଂଗଠନକୁ ଦୀର୍ଘ ଦିନ ଧରି ସହଯୋଗ କରିବା ସହ ଆଇଇଡି ବିସ୍ଫୋରଣରେ ଜଡିତ ଥିବା ପାଞ୍ଚଜଣକୁ ଗିରଫ କରିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ପୁଲିସ । ଗିରଫ ମାଓ ସହଯୋଗୀ ହେଲେ ବିଧୁରାମ କୱାଚି, ବୀରେନ୍ଦ୍ର ଉସେଣ୍ଡି, ସୁରେଶ କୁମେଟି, ବାଲାସିଂ ନୱଗୋ, ଦଶରଥ ନୱଗୋ ଗିରଫ ପାଞ୍ଚ ଜଣ କୋୟଲିବେଡା ଥାନ ହେଟାରକସା ଗ୍ରାମର ବାସିନ୍ଦା ହୋଇଥିବା ଜଣାପଡିଛି । ସେହିଭଳି ମାଓ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ୫ଜଣ ମହିଳା ମାଓବାଦୀ ଏବଂ ଜଣେ ପୁରୁଷ ମାଓବାଦୀ ଲୋନ ୱାରାଟୁ ଅଭିଯାନରେ ପ୍ରଭାବିତ ହୋଇ ମାଓ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମ ସମର୍ପଣ କରିଥିବା ମାଓବାଦୀମାନେ ହେଲେ ମିଲିସିୟା କମାଣ୍ଡର ହରେନ୍ଦ୍ର କୁମାର ମାଣ୍ଡବି, ମିଲିସିୟ ସଦସ୍ୟା ଆୟତେ ମୁଚାକି, ସିଏନଏମ ସଦସ୍ୟା ଜିମ୍ମ କୋରାମ, ଡିଏକେଏମଏସ ସଦସ୍ୟା ହୁଙ୍ଗୀ ସୋଡି, ଡିଏକେଏମଏସ ଉପାଧକ୍ଷ ହିଡ଼ମେ ମରକାମ, କେଏଏମଏସ ସଦସ୍ୟା ଯୋଗୀ ସୋଡି । ତେବେ ୬ଜଣ ମାଓବାଦୀମାନେ ଦାନ୍ତେୱାଡା ଡିଆରଜି କାର୍ଯ୍ୟଳୟରେ ମାଓ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସମସ୍ତଙ୍କୁ ଆତ୍ମସମର୍ପଣ ନୀତି ଅନୁଯାଇ ସମସ୍ତ ପ୍ରକାର ସରକାରୀ ସୁବିଧା ଆଗାମୀ କିଛି ଦିନ ମଧ୍ୟରେ ଯୋଗାଇ ଦିଆଯିବ ନେଇ ଦାନ୍ତେୱାଡା ପୁଲିସ ପକ୍ଷରୁ କୁହାଯାଇଛି ।