ସୁନା ଓ ଟଙ୍କା ଚୋରି, ୨ ଗିରଫ
ବାଣପୁର: ବାଣପୁର ୨୮ ।୧ ସୁନା ଦୋକାନରୁ ସୁନା ଓ ଟଙ୍କା ଲୁଟ କରି ଫେରାର ଥିବା ଦୁଇ ଲୁଟେରାଙ୍କୁୁ ଏଗାର ମାସ ପରେ ଧରିବାରେ ସଫଳ ହୋଇଛି ବାଣପୁର ପୋଲିସ । ଗତ ବର୍ଷ ଫେବୃୟାରୀ ମାସ ୨୮ ତାରିଖ ରାତ୍ରରେ ବାଣପୁର ବଜାରରେ ସୁନା ଦୋକାନ କରିଥିବା ଦୀପକ କୁମାର ପାଲଙ୍କ ଦୋକାନରୁ ୧୫୦ଗ୍ରାମ ସୁନା ଓ ନଗଦ ୬୦ହଜାର ଟଂକା ଚୋରୀ ହୋଇଥିବା ବାଣପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇ ବାଣପୁର ପୋଲିସ କେଶ ନଂ ୧୦୪/୨୪ରେ ଏକ ମୋକଦମା ରୁଜୁ କରି ଘଟଣାର ତଦନ୍ତ ଚଳଇଥିବା ବେଳେ, ଅଭିଯୁକ୍ତ ଦ୍ୱୟ ଫେରାର ହୋଇଯାଇଥିଲେ ।ବାଣପୁର ମୁସଲମାନ ସାହିର ସେକ ହମିଦଂକ ପୁଅ ସେକ ଅଜିଦ ଓ ଜଗନ୍ନାଥ ପୁର ଶିଶିର ପଣ୍ଡାଙ୍କ ପୁଅ ଅମିତକୁ ଗିରଫ କରି ସେମନଙ୍କ ଠାରୁ ୧୫୦ ଗ୍ରାମ ସୁନା ଜବତ କରିବା ସହ କୋର୍ଟରେ ହାଜିର କରିଥିଲା । କୋର୍ଟ ସେମାନଙ୍କୁ ଜେଲକୁ ପଠାଇଥିବା ବେଳେ, ସେମାନଙ୍କୁ ରିମାଣ୍ଡରରେ ଅଣାଯାଇ ଏଥିରେ ସଂପୃକ୍ତ ଅନ୍ୟ ମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ବାଣପୁର ଥାନା ଆଇଆଇସି ପ୍ରକାଶ କରିଛନ୍ତି ।