ବିଦୁ୍ୟତ ବିଭାଗର ଦୃଷ୍ଟି ପଡ଼ିବ କେବେ?

 ଦାନଗଦୀ: ଘରୋଇ କରଣ ହେବା ପରେ ବ୍ୟାପକ ସଂସ୍କାର ଅଣାଯାଇଥିବା କଥା କୁହାଯାଉଛି । କିନ୍ତୁ ଗାଁ ଗହଳି ଆଡ଼େ ଆଖି ପକାଇଲେ ଆଜିବି ବିଦୁ୍ୟତ ତାର, ଟ୍ରାନ୍ସଫରମର, ଖୁଣ୍ଟ ଅସୁରକ୍ଷିତ ଅବସ୍ଥାରେ ରହିଛି । ଦାନଗଦୀ ବ୍ଲକ ଚକୁଆ ଗ୍ରାମରେ ବିପଦ ସଂକୁଳ ଅବସ୍ଥାରେ ଅସୁରକ୍ଷିତ ଭାବେ ଦୀର୍ଘବର୍ଷ ହେଲା ବିଦ୍ୟୁତ ଟ୍ରାନ୍ସଫରମଟିଏ ରହିଛି । ଗାଁର ଜନବସତି ଭିତରେ ଖୋଲାମେଲାରେ ଟ୍ରାନ୍ସଫରମଟି ଥିବାରୁ ଗୋରୁ ଗାଈ, ପିଲାମାନଙ୍କ ପାଇଁ ସୁରକ୍ଷିତ ନୁହେଁ । ଟ୍ରାନ୍ସଫରମର ଚାରିପାଖରେ କଣ୍ଟା ଡାଳପତ୍ର, ଲଟା ମାଡିଗଲାଣି ପାଖରେ ଉଚ୍ଚ ସମ୍ପନ୍ନ ବିଦ୍ୟତୁ ତାର ଯାଇଛି । ତେଣୁ କେତେ ବେଳେ ଯେ କଣ ଅଘଟଣ ନ ଘଟିବ ତାହା କହିହେବ ନାହିଁ । ତେଣୁ ବିପଦପୂର୍ଣ୍ଣ ଭାବେ ଅସୁରକ୍ଷିତ ଅବସ୍ଥାରେ ଥିବା ଏହି ବିଦ୍ୟୁତ ଟ୍ରାନ୍ସଫରମଟି ଚାରିପାଖରେ ତାର ଜାଲି କିମ୍ବା ପାଚେରୀ ବୁଲାଇବା ପାଇଁ ଟାଟା ପାୱାର ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବିକରିଛନ୍ତି ।