ସୁଭଦ୍ରାରୁ ବଞ୍ଚôତ ହିତାଧିକାରୀଙ୍କ ପାଇଁ ଯାଞ୍ଚ ଦଳ ଗଠିତ
ରାଜନଗର: ସରକାରଙ୍କ ଲୋକାଭିମୁଖୀ ସୁଭଦ୍ରା ଯୋଜନାରୁ ବାଦ ପଡିଥିବା ହିତାଧିକାରୀଙ୍କ ଯାଞ୍ଚ ପାଇଁ ଟିମ୍ ଗଠନ ଗଠନ କରାଯାଇଛି । ରାଜନଗର ବ୍ଲକରେ ଏନେଇ ୧୦ଟି ଦଳ ଗଠନ କରାଯାଇଛି । ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈ÷ଠକରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମନୋରମା ସ୍ୱାଇଁ, ସିଡିପିଓ ସ୍ମିତାଞ୍ଜଳୀ ରାୟ ପ୍ରମୁଖ ଯୋଗଦେଇ ସୁଭଦ୍ରା ଯୋଜନାର ସମୀକ୍ଷା କରିଥିଲେ । ବ୍ଲକ୍ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈ÷ଠକରେ ସୁଭଦ୍ରା ଯୋଜନାରେ ଆବେଦନ କରି ୯ ହଜାର ୮୫୭ଜଣ ହିତାଧିକାରୀ ସହାୟତାରୁ ବଞ୍ଚôତ ହୋଇଥିବା ନେଇ ଆଲୋଚନା କରାଯାଇଥିଲା । ଏନେଇ ସୁପରଭାଇଜର, ରାଜସ୍ୱ ନିରୀକ୍ଷକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନେଇ ଗୋଟିଏ ଲେଖାଏ ଦଳ ଗଠନ କରାଯିବ । ସୁଭଦ୍ରା ଯୋଜନା ପାଇଁ ସ୍ଥିର କରାଯାଇଥିବା ନେଇ ୧୧ଟି ମାନଦଣ୍ଡକୁ ଯାଞ୍ଚ କରିବେ । ଆସନ୍ତା ସାତଦିନ ମଧ୍ୟରେ ଏହି ଯାଞ୍ଚ କାମ ଶେଷ ହେବ ବୋଲି ଜିଲ୍ଲାପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି