ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ସୀମାନ୍ତରେ ପୁଣି ବଡ଼ ଧରଣର ଏନକାଉଣ୍ଟର । ଆନ୍ଧ୍ରପ୍ରଦେଶ ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡିମିଲ୍ଲୀ ଜଙ୍ଗଲରେ ଆଜି ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଜାରି ରହିଛି ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡିଛି । ଅନ୍ୟପଟେ ଗତକାଲି ଏନକାଉଣ୍ଟରରେ ଟପ ମାଓବାଦୀ ହୀଡ଼ମା ସମେତ ୬ ମାଓବାଦୀ ନିହତ ହୋଇଥିଲେ । ଏବେବି ଗୁଳିବିନିମୟ ଜାରି ରହିଛି ।
ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡମିଲ୍ଲୀ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଦୀର୍ଘ ସମୟ ଧରି ଚାଲିଥିବା ଏନ୍କାଉଣ୍ଟରରେ ଟପ୍ ମାଓନେତା ହିଡମା ସମେତ ୬ ମାଓବାଦୀ ନିହତ ହୋଇଥିଲେ । ଡିଡ଼ମା ନିହତ ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିଲା ସର୍ଚ୍ଚ ଅପରେସନ । ଏହି ସର୍ଚ୍ଚ ଅପରେସନରେ ବୁଧବାର ଦିନ ପୁଣି ଥରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଜଣ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ଜଣାପଡିଛି ।