ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓ ୟୁପି ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ମଧ୍ୟରେ ବୁଝାମଣାପତ୍ର
ଜଟଣୀ : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓ ଉତ୍ତର ପ୍ରଦେଶ ରାଜ୍ୟ ଫରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର ମଧ୍ୟରେ ଏକ ସମ୍ମତିପତ୍ର ସ୍ୱାକ୍ଷର କରାଯାଇଛି । ଏହି ବୁଝାମଣା ଦ୍ୱାରା ଶିକ୍ଷା, ଗବେଷଣା ଓ ପ୍ରାୟୋଗିକ ସହଯୋଗକୁ ସୁଦୃଢ଼ କରାଯିବ । ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ, ଆଇନ-ଶୃଙ୍ଖଳା, ତଦନ୍ତ, ଗବେଷଣା ଓ ପ୍ରାୟୋଗିକ ସଂସ୍ଥାଗୁଡ଼ିକ ସହିତ ସାଙ୍ଗଠିକ ସହଯୋଗ, ଶିକ୍ଷାଗତ ଆଦାନ-ପ୍ରଦାନ ଓ ଗବେଷଣାକୁ ସୁଦୃଢ଼ କରାଯିବ । ଦୁଇ ସଂସ୍ଥା ପକ୍ଷରୁ ପରୀକ୍ଷାଗାର ସୁବିଧା, ମାନବ ସମ୍ପଦ, ବୈଜ୍ଞାନିକ ଦକ୍ଷତା ଓ ଶିକ୍ଷାଗତ କ୍ଷମତାର ସମ୍ମିଳିତ ବ୍ୟବହାର ହେବ । ଏହି ସ୍ୱାକ୍ଷର ସମାରୋହରେ ଡାଇରେକ୍ଟର ଜେନେରାଲ୍ ଅଫ୍ ପୁଲିସ୍ ଉତ୍ତର ପ୍ରଦେଶ, ଆଇପିଏସ ରାଜୀବ କୃଶନା ଓ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ମୁକ୍ତିକାନ୍ତ ମିଶ୍ର ଉପସ୍ଥିତ ଥିଲେ । ବୁଝାମଣାଟି ଆଇପିଏସ ନବୀନ ଅରୋରା ଅତିରିକ୍ତ ଡାଇରେକ୍ଟର ଜେନେରାଲ୍ ଅଫ୍ ପୋଲିସ୍, ଟେକ୍ନିକାଲ୍ ସର୍ଭିସେସ୍ ଓ ଡା. ସୁପ୍ରିୟା ପଟ୍ଟନାୟକ ଉପକୁଳପତି ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ ଓଡିଶାଙ୍କ ଦ୍ୱାରା ଦସ୍ତଖତ ଓ ବଦଳ କରାଯାଇଥିଲା । କାର୍ଯ୍ୟକ୍ରମରେ ସମନ୍ୱୟ ରକ୍ଷା କରିଥିଲେ ଡା. ସୁଧୀର କୁମାର ଏସେଫଏସଏଲ ଲକ୍ଷ୍ଣ,ସ୍ମିତା ମୋନାଲିସା ଘୋଷ ଡାଇରେକ୍ଟର ଅନ୍ତର୍ଜାତୀୟ ଯୋଗସୁତ୍ର ଅଧିକାରୀ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଡା. ରୀନା ସି. ଝମ୍ତାନୀ ଏସୋସିଏଟ୍ ଡିନ୍ ସ୍କୁଲ୍ ଅଫ୍ ଫରେନ୍ସିକ୍ ସାଇନ୍ସ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ । ରାଜୀବ କୃଷ୍ଣ ଡିଜିପି ଉ.ପ୍. କହିଲେ ଏହି ସହଯୋଗ ଏକାଡେମିକ୍ ଗବେଷଣା ଓ ପ୍ରାକ୍ତିକ୍ ଫରେନ୍ସିକ୍ ପ୍ରୟୋଗଙ୍କୁ ସେତୁ ବନାଇବା ସହିତ, ନବୀନତା ଓ ଦକ୍ଷତା ବିକାଶ ପାଇଁ ସୁଦୃଢ଼ ମଞ୍ଚ ସୃଷ୍ଟି କରିବ । ପ୍ରଫେସର ମୁକ୍ତିକାନ୍ତ ମିଶ୍ର କହିଥିଲେ ଯେ, ଆମ କୌଶଳ-ଆଧାରିତ ଶିକ୍ଷା ପ୍ରଦାନକୁ ଏସେଫଏସଏଲର ପାରଦର୍ଶିତା ସହିତ ସମ୍ମିଳିତ କରି, ଆମେ ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କୁ ପ୍ରାସଙ୍ଗିକ ଓ ଉପଯୋଗୀ କ୍ଷମତାରେ ସଶକ୍ତ କରିବୁ, ଯାହା ତାଙ୍କୁ ନ୍ୟାୟବିଜ୍ଞାନ ଓ ପ୍ରଯୁକ୍ତିର ଅଗ୍ରଗତିରେ ଅର୍ଥବାହୀ ଅବଦାନ ରଖିବାରେ ସହାୟ କରିବ ।