ସେଣ୍ଟ ମେରୀ ସ୍କୁଲ ଦଶମ ଓ ଦ୍ୱାଦଶରେ ଶତପ୍ରତିଶତ ସଫଳତା

ବ୍ୟାସନଗର:  ସେଣ୍ଟମେରୀ ଦଶମ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ସମସ୍ତ ୮୬ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।୨୭ ଜଣ ଛାତ୍ରଛାତ୍ରୀ ଶତକଡା ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ଛାତ୍ର ପ୍ରଥମେଶ୍ ସାହୁ, ଛାତ୍ରୀ ଅନ୍ତରୀକ୍ଷା ଭଦ୍ରା ଓ ଶାଲିନି ସିଂ୯୮ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ବେଳେ ସୁଦୀପା ଧଳ ଓ ଅଙ୍କିତା ଜେନା ୯୭ ପ୍ରତିଶତ ନମ୍ବର ରଖି ଉତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ୱାଦଶ ଶ୍ରେଣୀରେ ତାଇବା ନାଜ୍ ୯୫.୫ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି । ଛାତ୍ରୀ ପ୍ରେରଣା ଧଳ ୯୫ ପ୍ରତିଶତ ନମ୍ବର ଓ ସାଇନା ମହାନ୍ତି ୯୪ ପ୍ରତିଶତ ନମ୍ବର ରଖିଛନ୍ତି । ସେହିପରି ଆସ୍ମି ଆଶିଷା ମହାନ୍ତି ଏବଂ ଦିପ୍ତେସ କୁମାର ମହାରାଜ ୯୩.୨୫ ପ୍ରତିଶତ ନମ୍ୱର୍ ରଖିଛନ୍ତି । ଦ୍ୱାଦଶ ଶ୍ରେଣୀରେ ମୋଟ ୩୧ ଜଣ ପରୀକ୍ଷା ଦେଇଥିବା ବେଳେ ୧୦ଜଣ ଛାତ୍ରଛାତ୍ରୀ ୯୦ପ୍ରତିଶତରୁ ଅଧିକ ନମ୍ବର୍ ରଖି ଉତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷା ସିଷ୍ଟର ଲଳିତା, ପରିଚାଳକ ଫାଦର ଅକ୍ଷୟ ସେନାପତି, ହାୟର ସେକେଣ୍ଡାରିର ଅଧ୍ୟାପକ ସନ୍ଦୀପ ସାହୁ, ଅଧ୍ୟାପିକା ସାଇନି ଦେବରାୟ, ଅନନ୍ୟା ବଳବନ୍ତରାୟ, ନିହାର ଜ୍ୟୋତି ସାହୁ, ଶୁଚିସ୍ମିତା ବିଶ୍ୱାଳ, ସୁକୁମାର ଶତପଥି, ଅମିୟ ଶଙ୍କର ଜେନା, ସ୍ମୃତିରଞ୍ଜନ ଲେଙ୍କା, ବଦ୍ରି ଚରଣ ବେହୁରିଆ ଓ ଜିତେନ୍ଦ୍ର ଚୌଧୁରୀ ପ୍ରମୁଖ ଛାତ୍ରଛାତ୍ରୀଙ୍କ ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି ।