କ୍ରସର କର୍ମଚାରୀଙ୍କୁ ଶିକୁଳିରେ ବାନ୍ଧି ପିଟିପିଟି ମାରିଦେଲେ
ଧର୍ମଶାଳା/କବାଟବନ୍ଧ : ଜେନାପୁର ଥାନା ଅନ୍ତର୍ଗତ ଏକ କ୍ରସରରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । କର୍ମଚାରୀଙ୍କ ମୃତୁ୍ୟ ଗତକାଲି ଗୁରୁବାର ଚିକିସôାଧିନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଘଟିଛି । କିନ୍ତୁ ମୃତ କର୍ମଚାରୀଙ୍କ ଦେହଯାକରେ ଛାଇଯାଇଥିବା ଚିହ୍ନ ତାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଯାଉଛି । ପୁଅ ମୃତୁ୍ୟ ସଂପର୍କରେ ଆଜି ଜାରକା ଅଞ୍ଚଳର ଅଜୟ କୁମାର ଜେନା ଧର୍ମଶାଳା ଥାନାରେ କରିଥିବା ଏତଲାରେ ନୃଶଂସ ହତ୍ୟା ସଂପର୍କରେ ଅବଗତ କରିଛନ୍ତି । ଏତଲାରେ କ୍ରସର ଲିଜଧାରୀ ସିଲୁ ଓରଫ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ନାମରେ ଏତଲା କରିବା ପରେ ଜେନାପୁର ପୁଲିସ ସିଲୁର ଭଣଜା ବାଲିଚନ୍ଦ୍ରପୁର ଥାନା ଚାରିନଙ୍ଗଳର ରୋନି ଓରଫ ସତ୍ୟ ନାରାୟଣ ବଳଙ୍କୁ ଅଟକ ରଖିଛି । ଏତଲାରେ ଅଜୟ ତାଙ୍କ ପୁଅ ଅରଜିତ (୨୨)କୁ ଚେଙ୍କ ଦେବା ସହ ଶିକୁଳିରେ ବାନ୍ଧି ଲୁହାରଡ଼ରେ ପିଟିପିଟି ହତ୍ୟା କରିଥିବା ଦର୍ଶାଇଛନ୍ତି । ଅଭିଯୋଗ ମୁତାବକ ଅରଜିତ ଇଂଜିନିୟରିଂ ପାଠ ପଡିବା ସହିତ ରାହାଡପୁର ସିଲୁ ମହାପାତ୍ରଙ୍କ ମାଲିକାନାରେ ଥିବା ପଦ୍ମାବତୀ କ୍ରସରରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା । ତେବେ ଗତ ୨୭ତାରିଖ ଅରଜିତଙ୍କ ସହିତ ଯୋଗାଯୋଗ ନ ହେବାରୁ ମା ଓ ପୁତୁରା କ୍ରସର ନିକଟରେ ପହଁଚି ଥିଲେ । ସେଠାରେ ଅରଜିତକୁ ପାଇନଥିଲେ । କ୍ରସରର କିଛି କର୍ମଚାରୀ ଅରଜିତ ମାଲିକ ସିଲୁ ଘରେ ଥିବା ଜାଣିବାକୁ ପାଇଥିଲେ । ପରିବାର ଲୋକେ ସିଲୁ ଘରେ ପହଁଚି ଅରଜିତକୁ ମୁର୍ମୁଷ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ । କ୍ରସର ମାଲିକ ତାଙ୍କୁ ବନ୍ଦୀ କରି ଲୁହା ଶିକୁଳିରେ ବାନ୍ଧି ପ୍ରବଳ ମାଡ଼ ମାରିଥିବା ତାଙ୍କ ଦେହକୁ ଦେଖିଲେ ଜଣାପଡୁଥିଲା । ପ୍ରବଳ ମାଡ଼ ଯୋଗୁ ଦେହ କଳା ପଡ଼ି ସିଝି ଯିବା ସହିତ ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିବା ଦେଖିଥିଲେ । ଅରଜିତକୁ ନିର୍ଯ୍ୟାତନା ଦିଆ ଯାଉଥିବା ସମୟରେ କ୍ରସର ମ୍ୟାନେଜର ହେମନ୍ତ ଓ ସିଲୁର ଭଣଜା ରୋନିଏବଂ ଅନ୍ୟ ୨/୪ଜଣ ଯୁବକ ଘେରି ରହିଥିଲେ । ପରିବାର ଲୋକେ ଅରଜିତକୁ ମେଡ଼ିକାଲ ନେବା ପାଇଁ କହିଥିଲେ ମଧ୍ୟ ସେମାନେ ଛାଡ଼ି ନଥିଲେ । ଅରଜିତକୁ ଅଲଗା ରୁମରେ ରଖି ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ପରିବାର ଲୋକ ସାଧା କାଗଜରେ ଦସ୍ତଖତ କରି ଅରଜିତକୁ ସେଠାରୁ ବିଳମ୍ବିତ ରାତିରେ ଆଣିଥିଲେ । ଅରଜିତକୁ ଘରକୁ ଆଣିବା ସମୟରେ ପରିବାର ଲୋକଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ଅରଜିତକୁ ଚିକିତ୍ସା ପାଇଁ ଧର୍ମଶାଳା ମେଡ଼ିକାଲରେ ଭର୍ତି କରିଥିଲେ । ଅବସ୍ଥା ସଂଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମୃତୁ୍ୟ ଘଟିଥିଲା । ଖବର ପାଇ ଗୁଜୁରାଟରେ ରହୁଥିବା ବାପା ଅଜୟ ଆଜି କଟକରେ ପହଁଚି ମୃତଦେହକୁ ଘରକୁ ଆଣିଥିଲେ । ଜାରକାସ୍ଥିତ ଜାମୁବଣିଆ ଗ୍ରାମରେ ମୃତଦେହ ପହଁଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଟଙ୍କା ହିସାବପତ୍ରକୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପୁଲିସ ତଦନ୍ତ ପରେ ଯାଇ କାରଣ ସ୍ପଷ୍ଟ ହେବ । ତେବେ ପୁଲିସ ଅରଜିତର ବାପା କରିଥିବା ଅଭିଯୋଗର କେତେ ସତ୍ୟତା ରହିଛି, ତାହାତ ତଦନ୍ତ ସାପେକ୍ଷ ।