ସେତୁର ଭିତ୍ତିପ୍ରସ୍ତର

 ନାଉଗାଁ : ନାଉଗାଁ ବ୍ଳକ ଅଧିନ ନାଉଗାଁ ପଞ୍ଚାୟତର କୋକିଢ଼ିଅ ଗ୍ରାମରେ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଗୋବରୀ ନଦୀ ଉପରେ ନୂତନ ସେତୁ ନିର୍ମାଣ ନିମନ୍ତେ ଆଜି ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ନାଉଗାଁ ବ୍ଲକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ନାଉଗାଁ ପଞ୍ଚୟତର ସରପଞ୍ଚଙ୍କ ପ୍ରତିନିଧି ସମିର ନାୟକ ପଞ୍ଚାୟତ ସମିତି ସଭ୍ୟା ମାନସୀ ଲେଙ୍କା ଓ ଜଳ ସମ୍ପଦ ବିଭାଗର ଅଧିକାରୀ ଓ ସ୍ଥାନୀୟ ନେତୃ ମଣ୍ଡଳୀ ଅଲେଖ ସାହୁ, ପ୍ରଭୁ ଦାସ, ତାପସ ଦାସ, ଆଲୋକ ମହାନ୍ତି, ଲଲାଟେନ୍ଦୁ ଲେଙ୍କା, ଅଜିତ ବାବୁ ଉପସ୍ଥିତ ଥିବାର ଦେଖାଯାଇଛି । ଅନ୍ୟପଟେ ଏହି ସେତୁ ନିର୍ମାଣ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଚାଷ କ୍ଷେତ୍ର ରେ ଓ ଅନ୍ୟାନ କାର୍ଯ୍ୟ କ୍ଷେତ୍ରରେ ବ୍ୟାପକ ସମୃଦ୍ଧି ହେବା ନେଇ ସ୍ଥାନୀୟ ଅଞ୍ଚଳ ରେ ଖୁସିର ଲହରୀ ଖେଳି ଯାଇଛି ।