ଆମ ସଂକଳ୍ପ ନିଶା ନୁହେଁ ଜୀବନ
ନୂଆପଡା : ସିନାପାଲି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସିଦ୍ଧାନ୍ତ ପାତ୍ରଙ୍କ ନେତୃତ୍ୱରେ ସିନାପାଲି ବ୍ଲକ ଠାରେ ବିଡିଓ କାର୍ମୀ ଓରାମଙ୍କ ଅଧ୍ୟକ୍ଷତାରେ ଏବଂ ବୋଡନ ବ୍ଲକରେ ବିଡିଓ ସୁଶାନ୍ତ ରଣାଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ସଭାଗୃହରେ ସରକାରଙ୍କ ରାଜ୍ୟ ବ୍ୟାପି ଅଭିଯାନ ଆମ ସଂକଳ୍ପ ନିଶା ନୁହେଁ, ଜୀବନ ଉପରେ ଏକ ସଭା ଆୟୋଜିତ ହୋଇଛି । ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟର ସମାଜ ପ୍ରତି ଥିବା ଅପକରିତା ଉପରେ ଆଲୋଚନା କରାଯାଇ ଏହା ବିରୋଧରେ ସଚେତନତା ଆଣିବାକୁ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବୋଡେନରେ ଅତିରିକ୍ତ ତହସିଲଦାର ଅନସୂୟା ବାଗଦେବୀ, ଓଏଲ୍ଏମ୍ବିଏଲ୍ସି ସୁନିତା ସୁନା, ଜିପିଡିଓ ଭୀଷ୍ମ କୁମାର, ସିଡିପିଓ ଅର୍ଚ୍ଚନା ରାଉତଙ୍କ ସହ ଅନ୍ୟ ବିଭାଗୀୟ କର୍ମଚାରୀ ଏବଂ ଉଭୟ ବ୍ଲକ୍ରେ ଅବକାରୀ ବିଭାଗ ଏଏସଆଇ ସୋନା ମାଝୀ, ମଳୟ ମହାଲିଙ୍ଗ, ମୂରଲୀଧର ଶବର, ଗିରେନ୍ଦ୍ର କଟା, ମହିଳା କନେଷ୍ଟବଳ ରିତାଞ୍ଜଳି ଶବର, ବ୍ଲକ୍ କର୍ମଚାରୀ, ମିଶନ ଶକ୍ତି କ୍ୟାଡର ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତଙ୍କ ଉପସ୍ଥିତିରେ ବ୍ଲକ କାର୍ଯ୍ୟାଳୟ ଠାରୁ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ, ବିଷାକ୍ତ ନିଶା ଦ୍ରବ୍ୟ ଏବଂ ଚୋରା ମଦ କାରବାରର ଅପକାରିତା ଉପରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସଚେତନତା ରଥ ସହ ରେଲୀ ଆୟୋଜିତ ହୋଇଥିଲା । ଓଡ଼ିଶା ସରକାରଙ୍କ ରାଜ୍ୟବ୍ୟାପୀ ସଚେତନତା ଅଭିଯାନର ପ୍ରଥମ ପର୍ଯ୍ୟାୟରେ ସିନାପାଲି ବ୍ଲକର ୨୭ଟି ପଞ୍ଚାୟତ ଓ ବୋଡେନ ବ୍ଲକର ୧୫ଟି ପଞ୍ଚାୟତରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ସଚେତନତା ଅଭିଯାନ ଅଗ୍ରସର ହେବ ବୋଲି ଅଧିକାରୀ ପ୍ରକାଶ କରିଛନ୍ତି ।