ସେପ୍ଟେମ୍ବର ୯ରୁ ୨୮ ଏସିଆ କପ୍  : ୧୪ରେ ଭାରତ-ପାକିସ୍ତାନ ଲଢେଇ

ଦୁବାଇ : ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ ଏସିଆ କପ୍ ୨୦୨୫ । ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍ରେ ମୋଟ ୨୦ ଟି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାକୁ ଟି-୨୦ ଫର୍ମାଟ୍ରେ ଖେଳାଯିବ । ୟୁଏଇର ଆବୁଧାବି ଏବଂ ଦୁବାଇରେ ସମ୍ପୂର୍ଣ୍ଣ ମ୍ୟାଚ୍ ହେବାକୁ ଥିବା ବେଳେ ଏଥିରେ ମୋଟ୍ ୮ଟି ଦଳ ଭାଗ ନେଇଛନ୍ତି । ଏହି ୮ଟି ଦେଶକୁ ଦୁଇଟି ଗ୍ରୁପ୍ରେ ଭାଗ କରାଯାଇଛି । ଗ୍ରୁପ୍ ‘ଏ’ରେ ଭାରତ, ପାକିସ୍ତାନ, ୟୁଏଇ ଏବଂ ଓମାନ ଥିବା ବେଳେ ଗ୍ରୁପ୍ ‘ବି’ରେ ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ହଂକଂକୁ ଚୟନ କରାଯାଇଛି । ଏସିଆନ୍ କ୍ରିକେଟ୍ କାଉନସିଲ୍ (ଏସିସି)ର ଅଧ୍ୟକ୍ଷ ମୋହସିନ ନକଭୀ ‘ଏକ୍ସ’ ଯୋଗେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ‘ମୁଁ ଖୁସି ଯେ ଏସିସି ଏସିଆ କପ୍ ୨୦୨୫ ଏବେ ଆନୁଷ୍ଠାନିକ ଭାବେ ୟୁଏଇରେ ସେପ୍ଟେମ୍ୱର ୯ରୁ ୨୮ ଯାଏ ଖେଳାଯିବ । ଏହା ଏକ ଚମକôାର ଟୁର୍ଣ୍ଣାମେଣ୍ଟ ହେବ ଓ ଆମେ ସମସ୍ତଙ୍କୁ ଏକ ଭଲ କ୍ରିକେଟ୍ ଦେଖିବାକୁ ମିଳିବ ।’
ଅପରପକ୍ଷେ ପ୍ରଥମ ଦିନରେ ଅର୍ଥାତ୍ ସେପ୍ଟେମ୍ବର ୯ରେ ଆଫଗାନିସ୍ତାନ ଓ ହଂକଂ ମୁହାଁମୁହିଁ ହେବାକୁ ଥିବା ବେଳେ ପର୍ଯ୍ୟାୟ କ୍ରମେ ୧୦ରେ ଭାରତ ବନାମ ୟୁଏଇ, ୧୧ରେ ବାଂଲାଦେଶ ବନାମ ହଂକଂ, ୧୨ରେ ପାକିସ୍ତାନ ବନାମ ଓମାନ, ୧୩ରେ ବାଂଲାଦେଶ ବନାମ ଶ୍ରୀଲଙ୍କା, ୧୪ରେ ଭାରତ ବନାମ ପାକିସ୍ତାନ, ୧୫ରେ ଶ୍ରୀଲଙ୍କା ବନାମ ହଂକଂ, ୧୬ରେ ବାଂଲାଦେଶ ବନାମ ଆଫଗାନିସ୍ତାନ, ୧୭ରେ ପାକିସ୍ତାନ ବନାମ ୟୁଏଇ, ୧୮ରେ ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ, ୧୯ରେ ଭାରତ ବନାମ ଓମାନ ଦଳ ମଧ୍ୟରେ ମ୍ୟାଚ ଆୟୋଜିତ ହେବ । ସେହିପରି ୨୦ରୁ ସୁପର-୪ ଖେଳ ଆୟୋଜିତ ହେବାକୁ ଥିବା ବେଳେ ଗ୍ରୁପ୍ ‘ବି’ କ୍ୱାଲିଫାୟର୍-୧ ବନାମ ଗ୍ରୁପ୍ ‘ବି’ କ୍ୱାଲିଫାୟର୍-୨, ଗ୍ରୁପ୍ ‘ଏ’ କ୍ୱାଲିଫାୟର୍-୧ ବନାମ ଗ୍ରୁପ୍ ‘ଏ’ କ୍ୱାଲିଫାୟର୍-୨, ୨୩ରେ ଗ୍ରୁପ୍ ‘ଏ’ କ୍ୱାଲିଫାୟର୍-୧ ବନାମ ଗ୍ରୁପ୍ ‘ବି’ କ୍ୱାଲିଫାୟାର୍-୨, ୨୪ରେ ଗ୍ରୁପ୍ ‘ବି’ କ୍ୱାଲିଫାୟର୍-୧ ବନାମ ଗ୍ରୁପ୍ ‘ବି’ କ୍ୱାଲିଫାୟର୍-୨, ୨୫ରେ ଗ୍ରୁପ୍ ‘ଏ’ କ୍ୱାଲିଫାୟର୍-୨ ବନାମ ଗ୍ରୁପ୍ ‘ବି’ କ୍ୱାଲିଫାୟର୍-୨, ୨୬ରେ ଗ୍ରୁପ୍ ‘ଏ’ କ୍ୱାଲିଫାୟର୍-୧ ବନାମ ଗ୍ରୁପ୍ ‘ବି’ କ୍ୱାଲିଫାୟର୍-୧ ଏବଂ ୨୮ ତାରିଖ ରବିବାର ଫାଇନାଲ୍ ମ୍ୟାଚ୍ ଆୟୋଜିତ ହେବ ।