ହଟିଲେ ଗିଲ : ରାହୁଲ ଅଧିନାୟକ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦିନିକିଆ ଶୃଙ୍ଖଳା ପାଇଁ କେଏଲ୍ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ମଳିଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଦିନିକିଆ ଶୃଙ୍ଖଳା ପାଇଁ କେଏଲ୍ ରାହୁଲଙ୍କୁ ଅଧିନାୟକ କରିଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପାଇଁ ୧୫ ସଦସୀୟ ଟିମ୍ ଘୋଷଣା କରିଛି । ଶୁଭମନ ଗିଲଙ୍କ ଗଳାରେ ଆଘାତ ଠିକ୍ ହୋଇପାରି ନାହିଁ । ଏଥି ପାଇଁ ସେ ଦଳର ସଦସ୍ୟ ହୋଇପାରିବେ ନାହିଁ । ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଅନୁପସ୍ଥିତ ଥିବା ରବୀନ୍ଦ୍ର ଜାଦେଜା ୫୦ ଓଭର ଫର୍ମାଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ସିରାଜ ଓ ବୁମରାଙ୍କୁ ମିଳିଲାନି ସ୍ଥାନ
ଷ୍ଟାର ବୋଲର ମହମ୍ମଦ ସିରାଜ ଏବଂ ଜସପ୍ରୀତ ବୁମରାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ସ୍ଥାନ ମିଳିନାହିଁ । ସେମାନଙ୍କୁ ବିଶ୍ରାମ ଦିଆଯାଇଛି । ୧୫ଜଣିଆ ଟିମ୍ରେ କେଏଲ୍ ରାହୁଲ (ଅଧିନାୟକ), ଋଷଭ ପନ୍ତ, ଧ୍ରବ ଜୁରେଲ ୱିକେଟ୍ ? କିପର ବ୍ୟାଟର ଭାବେରେ ଖେଳିବେ । ରବୀନ୍ଦ୍ର ଜାଡେଜା, ୱାଶିଂଟନ ସୁନ୍ଦର ଏବଂ କୁଲଦୀପ ଯାଦବ ସ୍ପିନର ଭାବେ ଖେଳିବେ । ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିନାହିଁ ।