ସେବା ଦେବାରେ ବିଫଳ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ

ବୈତରଣୀ ରୋଡ଼ : କୋରେଇ ବ୍ଲକ ବୈତରଣୀ ଅଞ୍ଚଳବାସୀଙ୍କ ନିମନ୍ତେ ରହିଛି ଏକମାତ୍ର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍ । କିନ୍ତୁ ସଂପୃକ୍ତ ବ୍ୟାଙ୍କ ଗ୍ରାହକଙ୍କୁ ସେବା ଦେବାରେ ବିଫଳ ହୋଇଛି । ଟଙ୍କା ନବା ଦେବା ପାଇଁ ପ୍ରତ୍ୟେକ ଦିନ ଗ୍ରାହକଙ୍କ ଭିଡ ଜମିଥାଏ । ଗ୍ରାହକ କାରବାର କରିବାକୁ ଘଣ୍ଟା ଘଣ୍ଟା ସମୟ ଧରି ଅତିବାହିତ କରିଥାନ୍ତି । ସରକାରୀ ବେସରକାରୀସ୍ତରରେ ସମସ୍ତଙ୍କ ଭୂମିକା ଏହି ଅର୍ଥ କାରବାର ବ୍ୟାଙ୍କ୍ ସଂସ୍ଥା ଯୋଗାଇଥାଏ । ଏହି ବ୍ୟାଙ୍କ୍ ଉପରେ ପାଞ୍ଚ ଗୋଟି ପଞ୍ଚାୟତ ଅଧିବାସୀ ନିର୍ଭର କରିଥାନ୍ତି । ପ୍ରତି ପଂଚାୟତ ସ୍ତରରେ ୭୦/୮୦ମହିଳା ସଙ୍ଘ ଅର୍ଥ କାରବାର କରିଥାଆନ୍ତି । ପ୍ରତ୍ୟେକ ପଂଚାୟତ ପାଇଁ ସରକାରଙ୍କ ନିୟମ ଅନୁସାରେ ମନରେଗା ଯୋଜନାରେ ସମସ୍ତ ହିତାଧିକାରୀଙ୍କ ଦୈନିକ ମଜୁରୀ ବ୍ୟାଙ୍କ୍ ଜରିଆରେ ପାଇଥାନ୍ତି । ଏହା ସହିତ ବୈତରଣୀ ବ୍ୟବସାୟ ଅନୁଷ୍ଠାନ, ସରକାରୀ କାର୍ଯ୍ୟ ସହିତ ଜଡ଼ିତ ସଧାରଣ ଲୋକେ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି । ହେଲେ ଗ୍ରାହକଙ୍କ ଭିଡ ଅସମ୍ଭାଳ ହୋଇପଡିଛି । ଏହି ସମସ୍ୟା ସମାଧାନ ପାଇଁ ବ୍ୟାଙ୍କ କର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ହେଁ କୌଣସି ସୁଫଳ ମିଳୁନି । ଯାହାକୁ ନେଇ ଗ୍ରାହକଙ୍କ ମନରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।